ସେମିକଣ୍ଡକ୍ଟର ହବ୍ରେ ପରିଣତ ହେବ ଓଡ଼ିଶା

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲାଗି “ଓଡ଼ିଶାଫର ସିଲିକନ-୨୦୨୩’ଆୟୋଜନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ବ୍ୟବସ୍ଥା ଗଢ଼ିତୋଳିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ । ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି
ସୁଯୋଗ ସୃଷ୍ଟି କରିବ ।ଏହ ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହିତ ତିନିଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଥିଲା ।
ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ସେ ମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍ଏ), ସେମିକଣ୍ଡକ୍ଟର କଂପାନି ସିନୋପ୍ସିସ୍ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ପୁ୍ୟଟର
ସଫ୍ଟୱେର ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ ସହ ଏହି ବୁଝାମଣା ହୋଇଛି । ବୁଝାମଣା ଅନୁସାରେ ଆଇଇଏସ୍ଏ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ ।
ସେହିପରି, ସିନପ୍ସିସ୍ ତରଫରୁ ଓଚିପ୍ କାର୍ଯ୍ୟକ୍ରମ, ପ୍ରତିଭା ଓ ଶ୍ରମଶକ୍ତି ବିକାଶ, ସେମିକଣ୍ଡକ୍ଟର ଓ ଭିଏଲ୍ଏସ୍ଆଇରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ଇଞ୍ଜିନିୟରିଂ
ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ ପ୍ଲେସ୍ମେଣ୍ଟ୍ ସହାୟତା ଆଦିରେ ସହଯୋଗ ପ୍ରଦାନ କରାଯିବ । ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ପ୍ୟୁଟର ସଫ୍ଟୱେର ଏକ୍ସପୋର୍ଟ ପ୍ରମୋସନ
କାଉନ୍ସିଲ୍କୁ ରାଜ୍ୟ ସରକାର କାର୍ଯ୍ୟାଳୟ ପରିସର ପ୍ରଦାନ କରିବେ । ଏଥି ସହିତ ଅ ।ଜି ଆଇଇଏସ୍ଏ ଓଡ଼ିଶା ଚାପ୍ଟର ଓ କ୍ୟାମ୍ପସ କନେକ୍ଟ କାର୍ଯ୍ୟକ୍ରମଆରମ୍ଭ କରାଯାଇଛି । ଏହି ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ପ୍ରଦୀପ ଜେନା, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜମିଶ୍ର, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ପଣ୍ଡା ଓ ବିଭିନ୍ନ କଂପାନିରପ୍ରତିନିଧି ଓ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

#DumaniKhabar #semiconductor #Odisha #DumaniTv