ଭୁବନେଶ୍ୱର, (ଡିକେ ନୁ୍ୟଜ୍):ସ୍ୱଚ୍ଛତାର ସହ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍
·ଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ·ଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା’ ଉପରେ ନଜର ରଖିବାକୁ ସବୁ ମଣ୍ଡିରେ
କ୍ୟାମେରା ବ୍ୟବସ୍ଥା ହୋଇଛି । ସମବାୟ ବିଭାଗରେ ୫-ଟିକୁ ଦିଆଯାଇଛି ଗୁରୁତ୍ୱ । ·ଷୀ ସୁଫଳ ପାଇବେ । ସଚିବମାନେ ମଣ୍ଡି ବୁଲି ଅନୁଧ୍ୟାନ କରିବା ପାଇଁ ରାଜ୍ୟ
ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଓ ·ଷୀନେତା ସ୍ୱାଗତ କରିଛନ୍ତି । ଖରିଫ୍ ଧାନ ସଂଗ୍ରହ ପାଇଁ ବଡ଼ପଦକ୍ଷେପ । ସ୍ୱଚ୍ଛତାର ସହ ସୁରୁଖୁରୁରେ ହେବ ଧାନ ସଂଗ୍ରହ ।
ମଣ୍ଡି ବୁଲିବେ ସବୁ ସଚିବ । ଅସାଧୁଙ୍କ ଉପରେ ରହିବ କଡ଼ା ନଜର । ଧାନ ସଂଗ୍ରହ କେମିତି ହେଉଛି, ମଣ୍ଡିର ସ୍ଥିତି କ’ଣ ଅଛି ? ଖରିଫ ଧାନ ସଂଗ୍ରହ
ପାଇଁ ରାଜ୍ୟ ସରକାର ନେଇଥିବାପଦକ୍ଷେପ କେତେ କାର୍ଯ୍ୟକାରୀହେଉଛି, ସଚିବମାନେ ଗସ୍ତ କରିଏସବୁ ଅନୁଧ୍ୟାନ କରିବେ । ଧାନସଂଗ୍ରହରେ ସ୍ୱଚ୍ଛତା ଆଣିବାକୁ
ସଚିବମାନେ ମଣ୍ଡି ବୁଲିବା ପାଇଁ ରାଜ୍ୟସରକାର ନିଦେ୍ର୍ଦଶ ଦେଇଛନ୍ତି ।ମଣ୍ଡିରେ କ୍ୟାମେରା ବ୍ୟବସ୍ଥାକରାଯାଇଛି । ·ଷୀଙ୍କ ପାଇଁ ହୋଇଛିପିଇବା ପାଣି ଓ ଆଲୋକ ବ୍ୟବସ୍ଥା ।
ସଚିବମାନେ ଜିଲ୍ଲାପାଳମାନଙ୍କ ସହଆଲୋଚନା କରି ସମସ୍ୟା ସମାଧାନକରିବେ । ସମବାୟ ବିଭାଗରେ ୫-ଟିକୁ ଗୁରୁତ୍ୱ ଦିଆଯାଇଛି । ପ୍ରକୃତ ·ଷୀପଞ୍ଜୀକରଣ କରିଛନ୍ତି କି ନାହିଁ, ତାହା
ଜାଣିବାକୁ ପୂର୍ବରୁ ଅସୁବିଧା ହେଉଥିଲା ।ବର୍ତ୍ତମାନ ସାଟେଲାଇଟ ସର୍ଭେ ଦ୍ୱାରାବାସ୍ତବ ସ୍ଥିତି ଜଣା ପଡୁଛି । ଧାନସଂଗ୍ରହ ନେଇ ଭୁଲ ତଥ୍ୟ ଦେଇଥିବାଲୋକଙ୍କ ବିରୋଧରେ ରାଜ୍ୟ ସରକାର
କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରିଛନ୍ତି । ଖରିଫ ଧାନ ସଂଗ୍ରହ ନେଇରାଜ୍ୟ ସରକାରଙ୍କ ବଡ଼ ପଦକ୍ଷପକୁସ୍ୱାଗତ କରାଯାଇଛି । ଚଳିତ ଖରିଫଋତୁରେ ଧାନ ସଂଗ୍ରହ ସୁରୁଖୁରୁରେ
କରିବାକୁ ରାଜ୍ୟ ସରକାର ଅଣ୍ଟାଭିଡ଼ିଛନ୍ତି । ମୁଖ୍ୟ ଶାସନ ସଚିବଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଲମ୍ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ପ୍ରତ୍ୟେକ ଦିନ ଜିଲ୍ଲାସ୍ତରରେ ସମୀକ୍ଷାବୈଠକ ବ୍ୟବସ୍ଥା କରାଯାଇଛି ।