ଡୁମାଣୀ ଟିଭି,19/୩ : ଆଜି ହେଉଛି ରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବଟିକୁ ଲୋକମାନେ ଖୁବ୍ ଧୁମ୍ଧାମ୍ ରେ ପାଳନ କରିଥାନ୍ତି । ରଙ୍ଗବେରଙ୍ଗର ଅବୀରରେ ହୋଲି ଖେଳାଯ୍ଧବଥାଏି । ଗାଁଠୁ ନେଇ ସହର ଯାଏ ସବୁ ସ୍ଥାନରେ ପାଳନ କରାଯାଏ ହୋଲି । ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ରାଧାକୃଷ୍ଣଙ୍କୁ ପୁଜା କରାଯାଇଥିବା ବେଳେ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳନ୍ତି ଦୋଳ ଗୋବିନ୍ଦ ।
ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଲୋକମାନେ ଧୁମ୍ଧାମ୍ ରେ ପାଳିଥାନ୍ତେ ହୋଲି । କିନ୍ତୁ ଓଡିଶା ସରକାର ସର୍ବସାଧାରଣ ସ୍ଥାନରେ ହୋଲି ପର୍ବକୁ ବାରଣ କରିଛନ୍ତି । କରୋନା କଟକଣାକୁ ଆଖି ଆଗରେ ରଖି ହୋଲି ପର୍ବରେ ରୋକ୍ ଲଗାଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି । ହୋଲିର ଏହି ପାର୍ବଣ ଉତ୍ସବରେ ପଲ୍ଲୀଠୁ ଦିଲ୍ଲୀଯାଏ ସବୁଠି ଉତ୍ସବର ମାହୋଲ । ସାଧାରଣ ଜନତା ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତି ଯାଏ ସମସ୍ତେ ହୋଲିର ରଙ୍ଗରେ ରଙ୍ଗାୟିତ । ବିଶେଷ କରି ଉତ୍ତର ଭାରତରେ ହୋଲିର ବ୍ୟାପକ ପ୍ରଚଳନ ଥିବା ବେଳେ ପୂର୍ବ ଭାରତ ଓ ଦକ୍ଷିଣ ଭାରତ ରେ ମଧ୍ୟ ଏହା ପାଳନ କରାଯାଇଥାଏ । ହୋଲିର ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଧାର୍ମିକ ପୀଠ ବୃନ୍ଦାବନରେ ଏହି ହୋଲିର ଉତ୍ସବ ଅତ୍ୟନ୍ତ ଧୁମ୍ଧାମରେ ମନାଯାଇଥାଏ । ଓଡିଶାରେ ମଧ୍ୟ ହୋଲିକୁ ସାମ୍ପ୍ରଦାୟିକ ସଦ୍ଭାବ ମଧ୍ୟରେ ଅତି ଉତ୍ସାହର ସହ ପାଲନ କରାଯାଇଛି । ନେତା ଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ରଙ୍ଗରେ ରଙ୍ଗେଇ ହୋଇ ହୋଲି ପାଳନ କରିଛନ୍ତି । ଏହି ଅବସରରେ ସମଗ୍ର ଓଡିଶା ଉତ୍ସବ ମୂଖର ହୋଇପଡିଛି । ଡୁମାଣି ଟିଭି ତରଫରୁ ମଧ୍ୟ ଏହି ଅବସରରେ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ବାର୍ତ୍ତା ଜ୍ଞାପନ କରାଯାଇଛି ।