ହୋଲି ଦିନ ଗଧ ଉପରେ ବସାଇ ଜ୍ୱାଇଁଙ୍କୁ ରଙ୍ଗ ଲଗାଯାଏ

ହୋଲି ଦିନ ଗଧ ଉପରେ ବସାଇ ଜ୍ୱାଇଁଙ୍କୁ ରଙ୍ଗ ଲଗାଯାଏ

ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ। ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ। ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ଼ ଥାଏ କେବଳ ରଙ୍ଗ ରଙ୍ଗ । ଅବିରର ସୁଗନ୍ଧରେ ମହକିଯାଏ ସମଗ୍ର ପରିବେଶ ।
ଏଭଳି ଏକ ପରମ୍ପରା ଓ ଭିନ୍ନ ଶୈଳୀ ମହାରାଷ୍ଟ୍ରର ବୀଡ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏଠାରେ ହୋଲି ଦିନ ଜ୍ୱାଇଁକୁ ଗଧରେ ବସାଇ ବୁଲାଇ ଥାଆନ୍ତି। ଖାସ୍ କଥା ହେଉଛି ପ୍ରାୟ ୮୦ ବର୍ଷରୁ ଅଧିକ ହେବ ଏଠାରେ ଏହି ପରମ୍ପରା ପାଳନ କରାଯାଉଛି। ଜାଣନ୍ତୁ କେଉଁ କାରଣରୁ ଏଠାରେ ଏହା ପାଳନ କରାଯାଏ।
ମହାରାଷ୍ଟ୍ରର ବୀଡ ଜିଲାର ଏକ ଗାଁରେ ଏହି ପରମ୍ପରା ପାଳନ କରାଯାଇଥାଏ। ଏଠାରେ ହୋଲି ଦିନ ଲୋକେ ନିଜ ନବ ବିବାହିତ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରିଥାଆନ୍ତି। ଏହି ଦିନ ନୂଆ ଜ୍ୱାଇଁଙ୍କ ସହ ଏହି ପରମ୍ପରା ପାଳନ କରାଯାଇଥାଏ। ହୋଲି ଦିନ ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ରଙ୍ଗ ଲଗାଯାଇଥାଏ। ଏହାସହ ଉପହାର ମଧ୍ୟ ଦିଆଯାଇଥାଏ।
କୁହାଯାଉଛି, ପ୍ରାୟ ୮୦ ବର୍ଷ ପୂର୍ବେ ବୀଡ ଜିଲାର ଏକ ଗାଁରେ ଗୋଟିଏ ପରିବାର ଜଣେ ହୋଲିରେ ରଙ୍ଗ ଲଗାଇବାକୁ ରାଜି ହୋଇ ନଥିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ରଙ୍ଗ ଲଗାଇବାକୁ ଅନୁରୋଧ କରିଥିଲେ। ସେ ଫୁଲରେ ସଜା ହୋଇଥିବା ଏକ ଗଧ ଆଣି ସେଥିରେ ତାଙ୍କ ଜ୍ୱାଇଁଙ୍କୁ ବସାଇ ଗାଁ ଗାଁ ବୁଲାଇ ଥିଲେ। ସେଠାରେ ଜ୍ୱାଇଁଙ୍କୁ ଆରତୀ କରି ତାଙ୍କୁ ଏକ ସୁନା ମୁଦି ଓ ନୂଆ ପୋଷାକ ମଧ୍ୟ ଦେଇଥିଲେ। ଏହା ପରେ ମିଠା ଖୁଆଇ ରଙ୍ଗ ହୋଲି ପର୍ବ ପାଳନ କରିଥିଲେ। ସେବେଠାରୁ ଏହା ପ୍ରତିବର୍ଷ ଘଟୁଥିଲା ଏବଂ
ଏହା ପରମ୍ପରା ହୋଇ ରହିଗଲା ।
ବର୍ତ୍ତମାନ ଏହି ଗାଁର ହୋଲି ପୂର୍ବରୁ ପ୍ରତିବର୍ଷ ନୂଆ ଜ୍ୱାଇଁଙ୍କୁନିମନ୍ତ୍ରଣ ଦିଆଯାଇଥାଏ । ତାଙ୍କ ସହିତ ଏହି ପରମ୍ପରାରେ ହୋଲି ପର୍ବ ପାଳନ କରାଯାଇଥାଏ। ଅନେକ ସମୟରେ ଏଠାରେ ମଜାରେ ଜ୍ୱାଇଁଙ୍କୁ ଗଧ ମଧ୍ୟ ଉପହାରରେ ଦେଇଥାଆନ୍ତି। ଏହାସହ ଏଠାକାର ହୋଲି ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। କେତେକ ସମୟରେ ଗାଁର ଜ୍ୱାଇଁ ଏଥିରୁ ରକ୍ଷା ପାଇଁ ଲୁଚି କରି ପଳାଇବାକୁ ଚେଷ୍ଟା କରିଥାଆନ୍ତି। ମାତ୍ର ଗ୍ରାମବାସୀ ସେମାନଙ୍କୁ ଖୋଜିବା ସହ ଆଣି ଗଧରେ ବସାଇ ଥାଆନ୍ତି। ଗତ ବର୍ଷ କରୋନା ମହାମାରୀ ପାଇଁ ଏହି ପରମ୍ପରା ପାଳନ କରାଯାଇନଥିଲା।

#dumani tv#happy holi#HOLI#holi celebration with son in low#holi celibration#holi festival#holi india#INDIA#ODISHA