୧୦ ବର୍ଷ ପର୍ଯ୍ୟନ୍ତ ବୈଧ ପାଇଲଟ ଲାଇସେନ୍ସ

ବିମାନ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟମରେ ପରିବର୍ତ୍ତନ କଲେ ସରକାର । ଏହି ପରିବର୍ତ୍ତନ ଅନୁଯାୟୀ ଏଣିକି ବାଣିଜି୍ୟକ ପାଇଲଟ ଲାଇସେନ୍ସର ବୈଧତା ଅଧିକ ସମୟ ପର୍ଯ୍ୟନ୍ତ ରହିବ । ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟକୁସରଳ ତଥା ଉତ୍ତମ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି ନୂଆ ସଂଶୋଧନ ଅନୁଯାୟୀ ବ୍ୟବସାୟିକ ପାଇଲଟ ଲାଇସେନ୍ସ ଏବେ ୧୦ ବର୍ଷ ପାଇଁ ବୈଧ ରହିବ । ଏପର୍ଯ୍ୟନ୍ତ କମର୍ସିଆଲ ପାଇଲଟ ଲାଇସେନ୍ସର ବୈଧତା ପାଞ୍ଚ ବର୍ଷ ପାଇଁ ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ ନିୟମ ୧୯୩୭ରେ ସଂଶୋଧନ କରିଛି । ବିମାନ ନିୟମରେକରାଯାଇଥିବା ବିଭିନ୍ନ ପରିବର୍ତ୍ତନ ଅନୁଯାୟୀ ଏୟାରଲାଇନ ଟ୍ରାନ୍ସପୋର୍ଟ ପାଇଲଟ ଲାଇସେନ୍ସ ଏବଂ ସିପିଏଲ ଧାରକଙ୍କ ଲାଇସେନ୍ସର ବୈଧତା ପାଞ୍ଚ ବର୍ଷରୁ ବଢ଼ାଇ ୧୦ ବର୍ଷ କରାଯାଇଛି । ସୋମବାର ଏନେଇ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ କହିଛି,ଏହି ନିଷ୍ପତ୍ତି ଦ୍ୱାରା ପାଇଲଟ ଏବଂ ଡିଜିସିଏ ଭଳି ବିମାନ ପ୍ରାଧିକରଣ ଉପରେ ପ୍ରଶାସନିକ ବୋଝ କମ୍ ହେବା ନେଇ ଆଶା ରହିଛି । ଏହାଦ୍ୱାରା ଅଧିକବ୍ୟବସ୍ଥିତ ଏବଂ କୁଶଳ ଲାଇସେନ୍ସିଂ ପ୍ରକ୍ରିୟାକୁ ପ୍ରୋତ୍ସାହନ ମିଳିବ । ଏହା ବ୍ୟତୀତ ଏୟାରପୋର୍ଟ ଆଖପାଖରେଆଲୋକ ସମସ୍ୟାକୁ ଦୂର କରିବା ପାଇଁ ନିୟମରେ ସଂଶୋଧନ କରାଯାଇଛି । ବିମାନ ବନ୍ଦରର ଆଖପାଖ ଅଞ୍ଚଳରେ ସରକାରଙ୍କ କ୍ଷମତାକୁ ୫ କିଲୋମିଟରୁ ୫ ମାଇଲ ପର୍ଯ୍ୟନ୍ତ ବଢ଼ାଯାଇଛି । ଅର୍ଥାତ୍ ଏହି ଦୂରତା ମଧ୍ୟରେ ଯଦି କେହିଅତ୍ୟଧିକ ଆଲୋକ ପ୍ରଜ୍ୱଳିତ କରୁଛନ୍ତି ତେବେ ତାଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

#Bhubeneswar #Pilolicense #DumaniTv