ନୂଆଦିଲ୍ଲୀ, : ବଲିଉଡର ଲୋକପ୍ରିୟ ଷ୍ଟାର କିଡ୍ସମାନେ ନିଜ ମାଆ କିମ୍ବା ବାପାଙ୍କ ପରି ଅଭିନୟ ଜଗତରେ ନାମ କମାଉଛନ୍ତି । ନିକଟ ଅତୀତରେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କ ପରି ଷ୍ଟାରମାନେ ଫିଲ୍ମରେ ଡେବ୍ୟୁ କରିଛନ୍ତି । ଏବେ ଅଜୟ ଦେବଗନଙ୍କ ପ୍ରିୟ ପୁଅ ଯୁଗ ଦେବଗନଙ୍କର ପାଳି ଆସିଛି । ହଁ ଆପଣ ଠିକ ଶୁଣିଲେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଏବେ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ପ୍ରସ୍ତୁତ, ତାହା ମଧ୍ୟ ତାଙ୍କ ବାପାଙ୍କ ସହିତ । ତାଙ୍କ ଫିଲ୍ମର ପ୍ରଥମ ଝଲକ ଏବଂ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ପ୍ରକୃତରେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଜ୍ୟାକି ଚାନଙ୍କ ହଲିଉଡ୍ ଫିଲ୍ମ ‘କରାଟେ କିଡ୍ ଲେଜେଣ୍ଡସ\’ରେ ସ୍ୱର ଦେବାକୁ ଯାଉଛନ୍ତି । ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ହିନ୍ଦୀ ଡବରେ ସେ ବେନ୍ ୱାଙ୍ଗଙ୍କ ପାଇଁ ଦାବିଙ୍ଗ କରିବେ ଅଜୟ ଦେବଗନ ମଧ୍ୟ ହିନ୍ଦୀ ସଂସ୍କରଣରେ ଜ୍ୟାକି ଚାନଙ୍କ ପାଇଁ ଭଏସ ଦେବେ । ସୋନି ପିକଚର୍ସ ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ସେୟାର କରିଛି । ଫଟୋରେ ଅଜୟ ଦେବଗନ ଏବଂ ଯୁଗ ଦେବଗନ ଏକାଠି ନଜର ଆସିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, ଅଜୟ ଦେବଗନ ଏବଂ ଯୁଗ ଦେବଗନ କରାଟେ କିଡ୍ ଲେଜେଣ୍ଡସ୍ (ହିନ୍ଦୀ)ରେ ଜ୍ୟାକି ଚାନ୍ ଏବଂ ବେନ୍ ୱାଙ୍ଗଙ୍କ ଯାତ୍ରାକୁ ଜୀବନ୍ତ କରିବାକୁ ପ୍ରସ୍ତୁତ । ନିର୍ମାତାମାନେ ସୂଚନା ଦେଇଛନ୍ତି ଯେ କରାଟେ କିଡ୍ ଲିଜେଣ୍ଡସର ହିନ୍ଦୀ ଟ୍ରେଲର ଖୁବ୍ ଶୀଘ୍ର ରିଲିଜ୍ ହେବ । ଏହି ଫିଲ୍ମଟି ମେ ୩୦ ତାରିଖରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିବ । ଉଲ୍ଲେଖ ଥାଉ କି ଯେ ଅଜୟ ଦେବଗନଙ୍କ ପୁଅ ପରି, ଶାହରୁଖ ଖାନଙ୍କ ପୁଅ ଅବରାମ ଖାନ ମଧ୍ୟ ମୁଫାସା ଦ ଲାୟନ କିଙ୍ଗରେ ନିଜର କଣ୍ଠସ୍ୱର ଦେଇଛନ୍ତି । ଏହି ଫିଲ୍ମରେ ଶାହରୁଖ ମଧ୍ୟ ନିଜ କଣ୍ଠସ୍ୱର ଦେଇଥିଲେ ।