୧୮ ହଜାର ରନ୍ କ୍ଲବରେ ରୋହିତ

ଲକ୍ଷ୍ନୌ, ୩୦ା୧୦: ଭାରତୀୟ କ୍ରିକେଟ ଦଳରଅଧିନାୟକ ରୋହିତ ଶର୍ମା ରବିବାରଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ
ପୂରଣ କରିଛନ୍ତି । ପଞ୍ଚମ ଭାରତୀୟ ଭାବେ ସେଏହି ଉପଲବ୍ଧି ହାସଲ କରିଛନ୍ତି । ସେ ୪୫୭ତମମ୍ୟାଚରେ ୪୭୭ଟି ଇନିଂସରୁ ୧୮ ହଜାର ରନ
ପୂରଣ କରିଛନ୍ତି । ରବିବାର ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ
୧୩ତମ ସଂସ୍କରଣ ଇଂଲଣ୍ଡ ବିପକ୍ଷ ମ୍ୟାଚରେରୋହିତ ୪୮ ରନ କରିବା ପରେ ଏହିମାଇଲଖୁଣ୍ଟ ଛୁଇଁଥିଲେ । ରୋହିତଙ୍କ ପୂର୍ବରୁ
ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡଓ ସୌରଭ ଗାଙ୍ଗୁଲି ଏହି କ୍ଲବରେ ସାମିଲ
ହୋଇସାରିଛନ୍ତି । ୩୪୩୫୭ ରନ୍ ସହ ସଚିନ୍,୨୬୧୨୧ ରନ୍ ସହ କୋହଲି, ୨୪୨୦୮ରନ୍ ସହ ଦ୍ରାବିଡ ଓ ୧୮୫୭୫ ରନ୍ ସହ
ଗାଙ୍ଗୁଲି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓଚତୁର୍ଥ ସ୍ଥାନରେ ଅଛନ୍ତି । ରବିବାର ମ୍ୟାଚରେରୋହିତ ୮୭ ରନ କରି ଆଉଟ୍ ହୋଇଥିଲେ ।
ରୋହିତ ୫୨ଟି ଟେଷ୍ଟରେ ୧୦ଟି ଶତକ ଓ୧୫ଟି ଅର୍ଦ୍ଧଶତକ ସହ ୪୬.୫୪ ହାରରେ୩୬୭୭ ରନ କରିଥିବା ବେଳେ ୧୪୮ଟିଟି୨୦ରେ ୪ଟି ଶତକ ଓ
୨୯ଟି ଅର୍ଦ୍ଧଶତକସହ ୩୧.୩୨ ହାରରେ ୩୮୫୩ ରନ୍କରିଛନ୍ତି । ଏହାଛଡ଼ା ସେ ୨୫୭ଟି ଦିନିକିଆରେ୩୧ଟି ଶତକ ଓ ୫୪ଟି ଅର୍ଦ୍ଧଶତକ
ସହାୟତାରେ ୧୦୫୧୦ ରନ କରିଛନ୍ତି । ଏହିଫର୍ମାଟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍୪୯.୫୭ରହିଛି । ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ
୪୩.୫୭ ହାରରେ ଓ ୮୬.୭୧ ଷ୍ଟ୍ରାଇକ୍ରେଟରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି ।ଏଥିରେ ୪୫ଟି ଶତକ ଓ ୯୯ଟି ଅର୍ଦ୍ଧଶତକ
ସାମିଲ୍ ରହିଛି । ଅନ୍ୟପକ୍ଷରେ ଲକ୍ଷ୍ନୌରେରୋହିତ ଶର୍ମା ଅଧିନାୟକ ଭାବେ ତାଙ୍କର୧୦୦ତମ ମ୍ୟାଚ୍ ଖେଳିଥିଲେ । ସୂଚନାଯୋଗ୍ୟ
ଚଳିତ ବିଶ୍ୱକପରେ ଅଦ୍ୟାବଧି ୬ଟି ମ୍ୟାଚ୍ଖେଳିସାରିଥିବା ରୋହିତ ୬୬.୩୩ ହାରରେ୩୯୮ ରନ୍ କରିସାରିଛନ୍ତି । ଏଥିରେ ଗୋଟିଏ
ଶତକ ଓ ୨ଟ ଅର୍ଦ୍ଧଶତକ ରହିଥିବା ବେଳେରୋହିତ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେଚତୁର୍ଥ ସ୍ଥାନରେ ଅଛନ୍ତି । ସେହିପରି ରୋହିତରବିବାର ମ୍ୟାଚରେ ଚଳିତ
କ୍ୟାଲେଣ୍ଡର୍ ବର୍ଷରେ୧୦୦୦ ରନ୍ ପୂରଣ କରିଛନ୍ତି । ଏ କ୍ଷେତ୍ରରେସେ ପ୍ରଥମ ଅଧିନାୟକ ମଧ୍ୟ ହୋଇପାରିଛନ୍ତି ।ଏହା ପୂର୍ବରୁ ଚଳିତ କ୍ୟାଲେଣ୍ଡର୍ ବର୍ଷରେରୋହିତଙ୍କ ଓପନିଂ ଯୋଡ଼ିଦାର ଶୁବମାନ ଗିଲ୍ଓ ଶ୍ରୀଲଙ୍କା ଓପନର୍ ପାଥୁମ୍ ନିଶଙ୍କା ମଧ୍ୟହଜାରେ ରନ୍ ପୂରଣ କରିସାରିଛନ୍ତି । ତା’ଛଡ଼ାରୋହିତ ପ୍ରଥମ ଭାରତୀୟ ଭାବେ ଗୋଟିଏକ୍ୟାଲେଣ୍ଡର୍ ବର୍ଷରେ ୫୦ଟି ଛକା ଲଗାଇବାରରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।

#DumaniKhabar #NaveenPatanaik #