୨୦୨୨ ଆଇପିଏଲର ଭାଷ୍ୟକାର ରବି ଶାସ୍ତ୍ରୀ ଓ ଡେବ୍ୟୁ କରିବେ ସୁରେଶ ରୈନା
ଡୁମାଣୀଟିଭି.୨୨/୩ : ଫଟାଫଟ କ୍ରିକେଟ୍ର ସବୁଠୁ ବଡ ମଞ୍ଚ ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏଥର ଆଇପିଏଲରେ ୧୦ଟି ଦଳ ମଧ୍ୟରେ ହେବ ମୁକାବିଲା। ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆଇପିଏଲର ପ୍ରସାରଣ ଭାର ଷ୍ଟାର ନେଟଓ୍ଵର୍କ ପାଖରେ ରହିଛି। ସେଥିପାଇଁ ଷ୍ଟାର ଆଇପିଏଲ ୨୦୨୨ର ପ୍ରସାରଣ ପାଇଁ ୮୦ ଜଣିଆ ଭାଷ୍ୟକାରଙ୍କ ଏକ ମେଗା ଟିମ୍ ପ୍ରସ୍ତୁତ କରିଛି। ସବୁଠୁ ବଡ ଖବର ଆଇପିଏଲ ଜରିଆରେ କମେଣ୍ଟ୍ରି ଦୁନିଆକୁ ଫେରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଏଥିସହ କମେଣ୍ଟ୍ରି କ୍ଷେତ୍ରରେ ପାଦ ଦେଉଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା। ଉଭୟ ଆଇପିଏଲର ହିନ୍ଦୀ କମେଣ୍ଟ୍ରି ଗ୍ରୁପରେ ଅଛନ୍ତି। ଶାସ୍ତ୍ରୀ ଏବଂ ରୈନାଙ୍କୁ ହିନ୍ଦୀରେ କମେଣ୍ଟ୍ରି କରୁଥିବା ଦର୍ଶକ ଦେଖିବାକୁ ପାଇବେ।
ଶାସ୍ତ୍ରୀ କୋଚ୍ ପଦରେ କାର୍ଯ୍ୟକାଳ ସରିବା ପରେ କମେଣ୍ଟ୍ରି ଦୁନିଆକୁ ଫେରିବେ ବୋଲି ସଙ୍କେତ ଦେଇ ସାରିଥିଲେ। ଜୁନ ମାସରେ ଭାରତର ଇଂଲଣ୍ଡ ଗସ୍ତରେ ଟେଷ୍ଟ ମ୍ୟାଚ୍ରେ ତାଙ୍କୁ କମେଣ୍ଟ୍ରି କରୁଥିବା ଦେଖିବାକୁ ପାଇବେ ବୋଲି ସେ ଇଶାରା କରିଥିଲେ। ତେବେ ଆଇପିଏଲ୍ ଜରିଆରେ ଶୀଘ୍ର କମେଣ୍ଟ୍ରି କରିବାକୁ ଯାଉଥିବା ବୋଧହୁଏ କେହି ଆଶା କରିନଥିଲେ। ଶାସ୍ତ୍ରୀ କ୍ରିକେଟ୍ରୁ ଅବସର ନେବା ପରେ ଭାଷ୍ୟକାର ଭାବେ କ୍ରିକେଟ୍ ଜଗତରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଖାସ୍ କରି ଇଂରାଜୀ ଭାଷାରେ ସେ ଦମଦାର କମେଣ୍ଟ୍ରି କରିଥାନ୍ତି। ଏବେ ତାଙ୍କୁ ଦର୍ଶକ ତାଙ୍କର ପୁରୁଣା ଅନ୍ଦାଜରେ ଦେଖିବାକୁ ପାଇବେ। ଆହତ ଜନିତ ସମସ୍ୟା କାରଣରୁ ଶାସ୍ତ୍ରୀ ବାଧ୍ୟ ହୋଇ ୩୧ ବର୍ଷ ବୟସରେ କ୍ରିକେଟ୍ରୁ ଅବସର ନେଇଥିଲେ।
ଅନ୍ୟପଟେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନା କମେଣ୍ଟ୍ରି ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ୨୦୨୨ ଆଇପିଏଲ ମେଗା ନିଲାମରେ କୌଣସି ଫ୍ରାଞ୍ଚାଇଜି ରୈନାଙ୍କୁ କିଣି ନାହାନ୍ତି। ଏପରିକି ତାଙ୍କର ପୁରୁଣା ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ରାଇନାଙ୍କୁ ଦଳରେ ରଖିବାକୁ ଆଗ୍ରହ ପ୍ରକାଶ କରିନଥିଲା। ଫଳରେ ଆଇପିଏଲରେ ଅନେକ ରେକର୍ଡର ଅଧିକାରୀ ରୈନା ଏବେ କମେଣ୍ଟ୍ରି କରିବାକୁ ଯାଉଛନ୍ତି।
ରୈନା ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହି ଦିନ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ଅଲିବିଦା କହିଥିଲେ। ରୈନା ଭାରତ ପକ୍ଷରୁ ୧୮ଟି ଟେଷ୍ଟ ଖେଳି ୭୬୮ ରନ କରିଛନ୍ତି। ସେହି ପରି ୨୨୬ ଦିନିକିଆରୁ ୧୯୪ ଇନିଂସରେ ୫ ଶତକ ଏବଂ ୩୬ ଅର୍ଦ୍ଧଶତକ ସହ ୫୬୧୬ ରନ କରିଛନ୍ତି। ସେ ୭୮ଟି ଅନ୍ତର୍ଜାତୀୟ ଟି-୨୦ର ୬୬ଟି ଇନିଂସରେ ୧୧୯୦ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ସାମିଲ୍।
କମେଣ୍ଟ୍ରିରେ କିଏ କିଏ ସମ୍ଭାଳିବେ ଦାୟିତ୍ଵ ?
ଇଂରାଜୀରେ କମେଣ୍ଟ୍ରି କରିବେ ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକୃଷ୍ଣନ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ଇଆନ ବିଶୋପ, ଏଲନ ଓ୍ଵିଲିଙ୍କ୍ସ, ପମି ବାଙ୍ଗଓ୍ଵା, ନିକୋଲାସ ନାଇଟ୍, ଡାନି ମରିସନ, ସାଇମନ ଡୁଲ, ମାଥ୍ୟୁ ହେଡେନ ଏବଂ କେଭିର ପିଟସନ। ଏହା ଓ୍ଵାର୍ଲ୍ଡ ଫିଡର ଅଂଶ ବିଶେଷ।
କମେଣ୍ଟ୍ରି କ୍ଷେତ୍ରକୁ ପୁଣି ଥରେ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ସେ ହିନ୍ଦୀରେ କମେଣ୍ଟ୍ରି କରିବେ। ଏଥିସହ ସୁରେଶ ରୈନା କମେଣ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହିନ୍ଦୀରେ କମେଣ୍ଟ୍ରି ଦାୟିତ୍ଵ ସମ୍ଭାଳିବେ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ, ସୁରେନ ସୁନ୍ଦରମ, ରବି ଶାସ୍ତ୍ରୀ ଏବଂ ସୁରେଶ ରୈନା।