ଡୁମାଣୀ ଟିଭି ,୨୬/୩ : ଟ୍ରାଭେଲ୍ କରିବା ପ୍ରାୟ ସମସ୍ତଙ୍କର ପସନ୍ଦ। କାହିଁକିନା ବୁଲାବୁଲି କଲେ ଚାପରୁ ମିଳେ ମୁକ୍ତି। ଆଉ ମନ ସତେଜ ରୁହେ। ବ୍ୟସ୍ତବହୁଳ ଜୀବନ ଭିତରେ ଟିକେ ସମୟ ବାହାର କରି ପ୍ରାୟ ସମସ୍ତେ ବୁଲାବୁଲି କରନ୍ତି। କିଏ ମାଇଣ୍ଡ ଫ୍ରେସ୍ ପାଇଁ ବୁଲନ୍ତି ତ କାହାର ଟ୍ରାଭେଲ୍ କରିବା ନିଶା। ହେଲେ ସାଧାରଣତଃ ଭ୍ୟାକେସନରେ ୨-୩ ଦିନ ନହେଲେ ସପ୍ତାହେ କି ମାସେ ଯାଏଁ। କିନ୍ତୁ କେବେ ଶୁଣିଛନ୍ତି ୨୨ ବର୍ଷ ଯାତ୍ରା କରିବା। କଥା ଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ।
ଆର୍ଜେଣ୍ଟିନାର ଜାପ୍ ପରିବାର ଏମିତି ଯାତ୍ରା କରି ଚର୍ଚ୍ଚାରେ।ହରମାନ ଏବଂ କାଣ୍ଡେଲାରିଆ। ଦୁହେଁ ନିଜ ପିଲାମାନଙ୍କସହ ୨୦୦୦ ମସିହାରୁ ସାରା ବିଶ୍ୱରେ କରୁଛନ୍ତି ଭ୍ରମଣ । ୨୨ବର୍ଷ ପରେ ସରିଛି ସେମନାଙ୍କ ଯାତ୍ରା। ତା ପୁଣି ନିଜର ୯୦ ବର୍ଷର ପୁରୁଣା କାରରେ । ୧୦୨ ଦେଶର ଅସଂଖ୍ୟ ସ୍ମୃତି ସହ ଶେଷ କରିଛନ୍ତି ଯାତ୍ରା। ସେ ପୂରା ଦୁନିଆର ୫ ମହାଦ୍ୱୀପ ବୁଲି ଆସିଛନ୍ତି। ଯାତ୍ରା ସମୟରେ ଦୁହେଁ ୪ଟି ପିଲାକୁ ଦେଇଛନ୍ତି ଜନ୍ମ। ଆଉ ସେମାନେ ଏବେ ଖୁବ୍ ବଡ଼ ବଡ଼ ହୋଇ ବି ଯାଇଛନ୍ତି। ଆସନ୍ତୁ ଜାଣିବା ଏହି ଅଦ୍ଭୁଦ ଯାତ୍ରାର ପୂରା କାହାଣୀ।
ବିଶ୍ୱ ବୁଲିବାର ନିଶା ପାଇଁ ଆଜି ଦୁହେଁ ଚର୍ଚ୍ଚାରେ। ହର୍ମନ୍ ଓ କାଣ୍ଡେଲାରିୟା । ଯାତ୍ରା ଆରମ୍ଭର ୬ ବର୍ଷ ପୂର୍ବରୁ କରିଥିଲେ ବିବାହ । ତାଙ୍କ ପାଖରେ ଭଲ ଚାକିରି ଓ ଘର ବି ଥିଲା। କିନ୍ତୁ ଏହି ସମୟରେ ଦୁହିଁଙ୍କୁ ପୂରା ଦୁନିଆ ବୁଲିବାର ନିଶା ଚଢ଼ିଥିଲା। ଭାଗ୍ୟକୁ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ୧୯୨୮ ମଡେଲର ଆମେରିକୀୟ କାର୍ ଦେଇଦେଲେ। କେଣ୍ଡେଲାରିୟା କହିଥିଲେ ଏହି କାର୍ ଚାଲୁ ହେଉନଥିଲା। ସେଥିରେ ନା ଥିଲା ଏସି ନା ଭଲ ଥିଲା ସିଟ୍ । କିନ୍ତୁ ସେ ଗାଡିକୁ ସଜାଡ଼ି ଆରମ୍ଭ କରିଥିଲେ ଯାତ୍ରା।ଏହି କାର୍ ସହର ମାନଙ୍କର କାଦୁଅ ଓ ବାଲିରେ ଖୁବ୍ ଭଲ ଚାଲିଥାଏ। ୨୨ ବର୍ଷର ଯାତ୍ରାରେ ସେ କେବଳ ୮ ଥର ହିଁ ଟାୟାର ବଦଳାଇଛନ୍ତି। ଏହା ଛଡ଼ା ୨ ଥର ଇଞ୍ଜିନ୍ କାମ କରିବାକୁ ପଡ଼ିଥିଲା ବୋଲି ହରମାନ୍ କହିଛନ୍ତି। ପରେ ଆଲାସ୍କାରୁ ଆରମ୍ଭ ହୋଇଥିଲା ବିଶ୍ୱ ବୁଲିବାର ଯାତ୍ରା। ଯାତ୍ରା ଆରମ୍ଭ ହେବାବେଳେ ହରମନ ୩୧ ବର୍ଷର ଥିଲେ। ଏବେ ତାଙ୍କୁ ୫୩ ବର୍ଷ । କାଣ୍ଡେଲାରିଆ ୨୯ ବର୍ଷ ହୋଇଥିବାବେଳେ ବର୍ତ୍ତମାନ ସେ ୫୧ ବର୍ଷର। ଯାତ୍ରା ସମୟରେ ଦୁହିଁଙ୍କର ୪ଟି ପିଲା ଜନ୍ମ ଦେଇଥିଲା।
ଯୁକ୍ତରାଷ୍ଟ୍ରରେ ଜନ୍ମ ହୋଇଥିଲେ ପମ୍ପା। ଏବେ ତାଙ୍କୁ ୧୯ ବର୍ଷ। ଆର୍ଜେଣ୍ଟିନାରେ ଜନ୍ମିତ ତେହୁଆଙ୍କୁ ଏବେ ୧୬ ବର୍ଷ। କାନାଡାର ଜନ୍ମିତ ପାଲୋମାଙ୍କୁ ଏବେ ୧୪ ବର୍ଷ। ଆଉ ଅଷ୍ଟ୍ରେଲିଆରେ ଜନ୍ମିତ ୱାଲାବିଙ୍କୁ ଏବେ ୧୨ ବର୍ଷ । ବିଶ୍ୱ ଭ୍ରମଣ ସମୟରେ ସମୟରେ ସେମାନେ ୩୬୨,୦୦୦ କିମି କରିଥିଲେ ଯାତ୍ରା। ଆଉ ଏହି ସମୟରେ ପିଲାଙ୍କୁ ଦେଇଥିଲେ ଜନ୍ମ ଏବେ ହର୍ମନ ଦୁନିଆର ସମୁଦ୍ର ପଥରେ ଯାତ୍ରା କରିବାକୁ ଚାହୁଁଛନ୍ତି। ହର୍ମନଙ୍କ ପତ୍ନୀ କେଣ୍ଡେଲାରିଆ କହିଛନ୍ତି ଏହି ଯାତ୍ରା ସମୟରେ ସେ ଖୁବ୍ ଭଲ ଲୋକଙ୍କୁ ଭେଟିଛନ୍ତି। ଯାହାଙ୍କର ମଣିଷ ପଣିଆ ଅବିଶ୍ୱସନୀୟ। ଦୁହେଁ ୧୦୨ ଦେଶ ଯାତ୍ରା କରିଥିଲେ। ଏହି ସମୟରେ ଇନେକ ବାଧା ବଘ୍ନରେ ସମ୍ମୁଖୀନ ହୋଇଥିଲେ। ତଥାପି ଯାତ୍ରା ଖୁବ୍ ସୁନ୍ଦର। ଆଉ ସାଇତିଛନ୍ତି ଅନେକ ସୁନ୍ଦର ସ୍ମୃତି। ଆଗକୁ ସମୁଦ୍ରପଥରେ ଯାତ୍ରା କରିବାକୁ ଇଚ୍ଛା ରଖିଛନ୍ତି ଦମ୍ପତ୍ତି