୨ ଦିନିଆ ଭାରତ ବନ୍ଦ ଡାକରା ପ୍ରଭାବରେ ଓଡିଶାର ବହୁ ଉଦ୍ୟୋଗ ବନ୍ଦ

ଡୁମାଣୀ ଟିଭି ,୨୮/୩ : ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିୟନ । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ , କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ।ମାର୍ଚ୍ଚ ମାସର ୨୮ ଓ ୨୯ ତାରିଖ ଦିନ ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି ।

ସର୍ବଭାରତୀୟ ୟୁନିୟନ ଷ୍ଟ୍ରାଇକର ପ୍ରଭାବ ଅନଗୁଳ ଜିଲ୍ଲାରେ ପଡିଛି । ରାଷ୍ଟ୍ରାୟତ ଉଦ୍ୟୋଗ MCL ର ତାଳଚେର ରେ ଥିବା ସମସ୍ତ କୋଇଲାଖଣି ଯଥା ଲିଙ୍ଗରାଜ, ଅନନ୍ତ, ବଳରାମ, ଭୁବନେଶ୍ଵରୀ, ଜଗନ୍ନାଥ, ହିଙ୍ଗୁଳା, ଭରତପୁର ଏବଂ କଣିହାଁ କୋଲ ମାଇନ୍ସ ଉପରେ ପଡିଛି ।
ବିଶେଷ କରି ରାଷ୍ଟାୟତ ଉଦ୍ୟୋଗ ଗୁଡିକୁ ଘରୋଇକରଣକୁ ବିରୋଧ ଏବଂPF ରୁ ସୁଧହାର ହ୍ରାସ ଏବଂ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଫଳରେ କୋଇଲାଖଣି ଗୁଡିକରେ ଉତ୍ପାଦନ ଏବଂ ପରିବହନ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଏହି ଧର୍ମଘଟରେ HMS, INTUC ଏବଂ AITUC ସଂଗଠନ ସାମିଲ ଅଛନ୍ତି । ଏହାର ପ୍ରଭାବ ମଧ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ NTPC ଏବଂ NALCO ଉପରେ ପଡିଛି।
ଏହି ଧର୍ମଘଟ ଡାକରାରେ ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚରମ୍ପା ଠାରେ ରେଳ ରୋକ କରିବା ସହ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଠାରେ ରାଜପଥ ଅବରୋଧ କରଯାଇଛି । ଦୋକାନ ବଜାର ସବୁ ବନ୍ଦ କରିବ ସହର ସାରା ପିକେଟିଙ୍ଗ କରୁଛନ୍ତି ।

୨ ଦିନିଆ ଭାରତ ବନ୍ଦ ଡାକରା ପ୍ରଭାବରେ ଓଡିଶାର ବହୁ ଉଦ୍ୟୋଗ ବନ୍ଦ
#DUMANITV#INDIA#INDIA CLOSED#ODISHA