୫ ମିନିଟରେ ଫିଟ୍ ଓ ସୁସ୍ଥ ରହିବାର ରହସ୍ୟ କଣ ?

୫ ମିନିଟରେ ଫିଟ୍ ଓ ସୁସ୍ଥ ରହିବାର ରହସ୍ୟ କଣ ?

ଡୁମାଣୀଟିଭି.୨୧/୩ : ଅଧିକାଂଶ ଲୋକ ନିଜକୁ ସବୁ ସମୟରେ ଫିଟ୍ ରଖିପାରି ନଥାନ୍ତି । ଏଥିପାଇଁ ଆମକୁ ଅନେକ କିଛି କାର‌୍ୟ୍ୟ ପ୍ରତି ସଚେତନ ରହିବାକୁ ପଡ଼ିଥାଏ । ଯେପରିକି ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ନିୟମିତ ଏକ୍ସରସାଇଜ୍ କରିବା ଆଦି । ତେବେ ଆପଣ ଯଦି ନିୟମିତ ଏପରି କିଛି କାର୍ଯ୍ୟ ଜାରି ରଖିବେ, ନିଶ୍ଚିତ ଭାବେ ଫିଟ୍ ଓ ସୁସ୍ଥ ରହିପାରିବେ ।
ପ୍ରୋଟିନରେ ଭରପୁର ଥିବା ଖାଦ୍ୟ ସକାଳ ଜଳଖିଆରେ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିବା ସହ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ । ଏହାଦ୍ୱାରା ମୁଡ୍ ଠିକ ରହିବା ସହ ଜଲଦି ଭୋକ ଲାଗିନଥାଏ । ଓଜନ ହ୍ରାସ ପାଇଁ ପ୍ରୋଟିନଯୁକ୍ତ ଜଳଖିଆ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ ।

ସକାଳୁ ବିଛଣା ତ୍ୟାଗ କରିବା ପରେ ଚା, କଫି ଆଦି ପିଇବା ପୂର୍ବରୁ ସର୍ବପ୍ରଥମେ ଏକ ଗ୍ଲାସ୍ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ସକାଳୁ ପାଣି ପିଇବା ଦ୍ୱାରା ପୂରା ଶରୀରକୁ ଶକ୍ତି ମିଳିବା ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ସୁପ୍ରଭାବ ପଡ଼ିଥାଏ ।
ଦିନ ମଧ୍ୟରେ ଯେ କୌଣସି ଫଳକୁ ସ୍ନାକସ୍ ପରି ଖାଆନ୍ତୁ । ଯଦି ଆପଣଙ୍କ ପାଖରେ ସମୟର ଅଭାବ, ତେବେ ରାତିରେ କାଟି ଫ୍ରିଜରେ ରଖିଦେବେ । ନିୟମିତ ଫଳ ଖାଇବା ଦ୍ୱାରା ଶରୀରକୁ ଫାଇବର, ଭିଟାମିନ, ମିନେରାଲ୍ସ ମିଳିଥାଏ, ଯାହାଦ୍ୱାରା ପାଚନ କ୍ରିୟା ଠିକ୍ ହୋଇଥାଏ । ଏହାସହ ସ୍କିନ ସୁସ୍ଥ ରହିବା ସହ ବ୍ଲଡ୍ ସୁଗାର ଠିକଭାବେ ନିୟନ୍ତ୍ରିତ ହୋଇଥାଏ । ଯେ କୌଣସି ମାଉଥ୍ ୱାସକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ରଖିବା ଦ୍ୱାରା ଦାନ୍ତରେ ରହିଥିବା ସମସ୍ତ ବ୍ୟାକ୍ଟେରିଆ ମରିଯାଆନ୍ତି । ଯେ କୌଣସି ସମୟରେ ଏହାକୁ କରିହେବ । ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବାକୁ ଯିବା ପୂର୍ବରୁ ପାଟି ସଫା କରିବା ଉଚିତ ।

#dumani#dumani tv#good health#health care#healthy food#INDIA#morning work#ODISHA