ୱାର୍ଲଡ ଫୁଡ ଇଣ୍ଡିଆ ପ୍ରଦର୍ଶନୀ ଉଦ୍ଘାଟିତ ଏସ୍ଏଚ୍ଜି ସଦସ୍ୟାଙ୍କୁ ୩୮୦ କୋଟିର ପୁଞ୍ଜି ସହାୟତା

ନୂଆଦିଲ୍ଳୀ,୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ “ୱାର୍ଲଡ ଫୁଡଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଖାଦ୍ୟ
ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମଆୟୋଜିତ ହେଉଛି । ଏହାର ଉଦେ୍ଦଶ୍ୟ ହେଉଛି ଭାରତର ସମୃଦ୍ଧଖାଦ୍ୟ ସଂସ୍କୃତି ସହିତ ବିଶ୍ୱକୁ ପରିଚିତ କରାଇବା । ମନ୍ତ୍ରଣାଳୟରସଚିବ ଅନୀତା ପ୍ରବୀଣ କହିଛନ୍ତି ଯେ ଏହି ପ୍ରଦର୍ଶନୀରେ ୨୩ଟିରାଜ୍ୟ ତଥା ଅନେକ ଦେଶର ପ୍ରାୟ ୧୨୦୦ ଅଂଶଗ୍ରହଣକାରୀସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନ କରିବେ । ନଭେମ୍ବର୩ ରୁ ନଭେମ୍ବର ୫ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତହେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସ୍ଏଚ୍ଜି…କାର୍ଯ୍ୟକ୍ରମ ଶେଷ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ “ୱାର୍ଲଡଫୁଡ ଇଣ୍ଡିଆ ୨୦୨୩’ ଉଦ୍ଘାଟନୀ ଉତ୍ସବରେ ୧ ଲକ୍ଷରୁ ଅଧିକ ଏସଏଚଜିସଦସ୍ୟଙ୍କୁ ୩୮୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହାୟତା ବଣ୍ଟନ ପ୍ରକ୍ରିୟାଆରମ୍ଭ କରିଛନ୍ତି ।