ୱେଷ୍ଟଇଣ୍ଡିଜ୍ ସିରିଜରୁ ବାଦ୍ ପଡିଲେ କୋହଲି, ବୁମ୍‌ରାହ

ବିରାଟ କୋହଲଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସିରିଜ ପରେ ୱେଷ୍ଟଇଣ୍ଡିଜ୍ ଗ୍ରସ୍ତ କରିବ, ଯେଉଁଠାରେ ୩ଟି ୱାଣ୍ଡେ ଏବଂ ୫ଟି ଟି-୨୦ ମ୍ୟାଚ୍ ହେବ । ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ୧୮ ଜଣିଆ ଟିମ୍ ଘୋଷଣା କରାଯାଇଛି । ଜୁଲାଇ ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତେବେ କୋହଲିଙ୍କ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ନେଇ ଆଗରୁ କଳ୍ପନା ଜଳ୍ପାନା ଚାଲିଥିବା ବେଳେ, ସେ ଏହି ସମସ୍ତ ମ୍ୟାଚରୁ ବଞ୍ଚିତ ତାହା ଆଜି ସ୍ପଷ୍ଟ ହୋଇଯାଇଛି । ବିରାଟ କୋହଲିଙ୍କ ସମେତ ଭାରତୀୟ ଦଳର ପେସ୍ ବୋଲର ଜଶପ୍ରିତ ବୁମ୍‌ରାହ ମଧ୍ୟ ଏହି ସିରିଜ ରୁ ବାଦ୍ ପଡିଛନ୍ତି ।