କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ: ଜଣେ ଗିରଫ

ନବରଙ୍ଗପୁର:  କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ମଇଦଲପୁର ଅଂଚଳରେ ଗାଡି ଯାଂଚ୍ ବେଳେ କାର୍ ରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର୍ ସହ ଗଞ୍ଜେଇକୁ ଜବତ କରିଥିଲା । ଜୟପୁରରୁ ପାଟଣା ଚାଲାଣ ବେଳେ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି ।