ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ରେ ଥିବା ୧୫୧ ବାଟାଲିୟନ ବିଏସଏଫ ଯବାନ ଙ୍କ ପକ୍ଷରୁ “ଫିଟ ଇଣ୍ଡିଆ ହିଟ ଇଣ୍ଡିଆ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ଠାରେ ଥିବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ମୁଣ୍ଡାଗୁଡ଼ା ଛକ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ସାଇକଲ ରାଲି ଜରିଆରେ ଲୋକଙ୍କୁ ଫିଟ୍ ଇଣ୍ଡିଆ ଉପରେ ସ୍ୱାସ୍ଥ୍ୟ ସଚେତନତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଯୋଗ ଦାନ କରି କାର୍ଯ୍ୟକ୍ରମ କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ନିଜେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁ, ବିଏସଏଫ କମାଣ୍ଡାଣ୍ଟ ଅଜୟ କୁମାର, ସେକେଣ୍ଡ ଇନ କମାଣ୍ଡାଣ୍ଟ ରବୀନ୍ଦ୍ର ଠାକୁର ଙ୍କ ସମେତ ବହୁ ବିଏସଏଫ ଯବାନ ଅଂଶ ଗ୍ରହଣ କରିଥିଲେ ।ଏହି ସାଇକଲ ରାଲି ବୈପାରିଗୁଡାରୁ ବାହାରି ମୁଣ୍ଡାଗୁଡ଼ା ଛକ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଲୋକଙ୍କୁ ସାଇକଲ ଚାଳନା ଦ୍ୱାରା ମଧ୍ୟ ଶରୀରକୁ ଫିଟ ରଖାଯାଇ ପାରିବ ଏବଂ ଶରୀରକୁ ସୁସ୍ଥ ରଖିବାକୁ ବ୍ୟାୟାମ କରିବାର ଆବଶ୍ୟତା ରହିଥିବା ନେଇ ବାର୍ତା ପ୍ରଚାର କରି ସଚେତନ କରାଇଥିଲେ ।ବୈପାରିଗୁଡା ସ୍ଥିତ ୧୫୧ ବାଟାଲିୟନ ବିଏସଏଫ ଯବାନଙ୍କ ଏଭଳି କାର୍ଯ୍ୟକ୍ରମ କୁ ବୈପାରିଗୁଡା ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି ।