ବୈପାରିଗୁଡା: ବୈପାରିଗୁଡା ପୋଲିସ ଦ୍ବାରା ଏକ ସ୍ୱିଫ୍ଟ କାରରୁ ୧୮୦ କିଲୋ ଗଂଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଫୁଲପଦର ଗ୍ରାମର ଗଙ୍ଗାଧର ଖରାଙ୍କ ୧୯ ବର୍ଷୀୟ ପୁଅ ଇଲିୟା ଖରା । ପୋଲିସ୍ ପେଟ୍ରୋଲିଂ ବେଳେ ରାମଗିରି ସ୍ଥିତ ମାଝୀଗୁଡ଼ା ଛକରେ ସକାଳ ସମୟରେ ଏକ ସ୍ୱିଫ୍ଟ କାରକୁ ସର୍ଛ କରିବା ସହ ୧୮୦ କିଲୋ ଗଂଜେଇ ଜବତ କରିଛନ୍ତି । ଜବତ ସ୍ୱିଫ୍ଟ କାର ଗାଡ଼ି ଓଡ଼ି ୧୦ କେ – ୫୫୫୩ ନଂ ବିଶିଷ୍ଟ ସ୍ୱିଫ୍ଟ କାର ଗାଡ଼ିର ଡ଼୍ରାଇଭର ପୋଲିସକୁ ଦେଖି ଅଟକି ଯିବା ଫଳରେ ଡ୍ରାଇଭରକୁ ପୋଲିସ ଦଳ କାବୁ କରିବାରେ ସଫଳ ହୋଇଥିଲେ । ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ କହିବା ଅନୁଯାୟୀ ଗାଡ଼ିଟି ମାଲକାନଗିରି ଜିଲ୍ଲାରୁ କୋଟପାଡ଼କୁ ଯାଉଥିଲା । କାର ଗାଡିଟିକୁ ଯାଞ୍ଚ କରିବା ସମୟରେ ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ,କନେଷ୍ଟବଳ ଧନପତି ନାୟକ, ହାବିଲଦାର ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।