ପପୁଙ୍କୁ କ୍ଲିନ ଚିଟ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ କମେଡି କିଙ୍ଗ ପପୁ ପମପମ୍ । ଓଡ଼ିଆ ଅଭିନେତା ତଥା କମେଡି କିଙ୍ଗ ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାରେ ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ ଉଭୟଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁସାରେ, ୨୦୧୬ ପପୁ ପମପମ୍ ଙ୍କ ନା ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା । ୨୦୧୬ରେ ପପୁଙ୍କ ନାଁରେ ଜଣେ ନାବାଳିକା ଏହି ଅଭିଯୋଗ ଆଣିଥିଲେ । ଫିଲ୍ମରେ ଅଭିନୟ କରିବା ପାଇଁ ଚାନ୍ସ ଦେବା ନାଁରେ ଦୁଷ୍କର୍ମ ହୋଇଥିବା ଭୁବନେଶ୍ୱରର ଜନୈକ ନାବାଳିକା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପପୁ ଏବଂ ଗିଟୁଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଜି ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ପପୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୬ମାସ ତଳେ ନାବାଳିକା କରିଥିବା ଅଭିଯୋଗକୁ ନିଜେ ଖଣ୍ଡନ କରିଥିଲେ । ନିର୍ଦ୍ଦୋଷ ପରେ ପପୁଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ, ଅଭିଯୋଗ ପରେ ଯାହା ହେବା କଥା ହୋଇଥିଲା । ମିଡ଼ିଆ ସାମ୍ନାରେ ଛୋଟ କଥାକୁ ବଡ କରି ଦେଖାଗଲା । ଯାହାଫଳରେ ଏପରିକି ଅଭିଯୋଗ ପରେ ମୁଁ ୪୩ ଦିନ ଜେଲରେ ରହିଲି । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ନାବାଳିକା ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି । ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି । ୬ବର୍ଷ ପରେ ସତ କ’ଣ ପଦାକୁ ଆସିଲା । ବଦନାମ୍ କଲେ ହେଲେ ସତ୍ୟର ଜୟ ହେଲା । ମୁଁ ଦୋଷୀ ନୁହେଁ , ମୁଁ ସୁନା ମୁଣ୍ଡା ବୋଲି କହିଛନ୍ତି ପପୁ ପମପମ୍ ।