୩ ହାଇୱେ ଲୁଟେରା ଗିରଫ

ନୂଆପଡା : ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ବାରା ୩ ଜଣ ହାଇୱେ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କୁ କୋର୍ଟ ଚଳାଣ କରା ଯାଇଛି ।କୋମନା ଥାନା ଉଦ୍ୟାନବନ୍ଧ ଗାଁ କଟକିଆପଡା ନିକଟରେ ଏନଏଚ ୩୫୩ କଡରେ ଏକ ମାଳ ବୋଝେଇ ଟ୍ରକ ଅଟକି ଥିଲା । ୧୩ ତାରିଖ ବିଳମ୍ବିତ ରାତିରେ ଏକ ବାଇକରେ ୩ ଜଣ ଯୁବକ ଆସି ଡ୍ରାଇଭର ଶୁଶାନ୍ତ ଶବରଙ୍କୁ ଧମକଚମକ ଦେଇ ଛୁରୀ ଦେଖାଇ ତା ପାଖରେ ଯାହା ଥିଲା ଲୁଟି ନେଇ ଥିଲେ । ଡ୍ରାଇଭର କୋମନା ଥାନାରେ ଜଣାଇଲା ପରେ ପୋଲିସ ତଦନ୍ତ କରି ଥିଲା । ସବଇନ୍ସପେକ୍ଟର ମଞୁଲତା ଖାଡଙ୍ଗା ଘଟଣାର ତଦନ୍ତ କରି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆପାଲି ଗାଁରୁ ୩ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରି ଥିଲେ । ଗିରଫ ଲୁଟେରାମାନେ ହେଲେ ଥବୀର ମାଝି, ଲୋଚନ କଠାର ଉର୍ଫ ରୂପଚନ କଠାର ଓ ଉମାକାନ୍ତ ଛତ୍ରିଆ । ଏମାନଙ୍କଠାରୁ ଗୋଟିଏ ବାଇକ, ଗୋଟିଏ ମୋବାଇଲ ଓ ୧୪ଶହ ଟଙ୍କା ଜବତ କରା ଯାଇଛି । କୋମନା ଥାନା କେଶ ନମ୍ବର ୨୪୩ରେ ଆଇପିସି ୩୯୪ ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି । ୩ ହାଇୱେ ଲୁଟେରାଙ୍କୁ କୋର୍ଟ ଚଲାଣ କରା ଯାଇ ଥିବା ଆଇଆଇସି ଜ୍ୟୋତିରଞନ ଗୌଡ ଜଣାଇଛନ୍ତି ।