୩ ଆନ୍ତଃରାଜ୍ୟ ବେପାରୀ ଗିରଫ, ହନୁମାନ ପଇସା,ହରିଣ ଛାଲଓ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ଭା ମୁଦ୍ରା ,ହରିଣ ଛାଲ ,ଏକ ବନ୍ଧୁକ,ସହ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଚିତ୍ରକୋଣ୍ଡା ପୋଲିସ ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇଆଇସି  ସୂର୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବେରେଲ  ବନ୍ଧୁକ, ୫୦ଗୋଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ଭା ପଇସା,ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନ ପଥର ଥିବା ଗୋଟିଏ ଷ୍ଟିଲ ବକ୍ସ, ନଗଦ ୧୨,୩୧୦ ଟଙ୍କା,ଗୋଟିଏ ସ୍କୁଟି ନଂ ଏ ପି ୩୧ ଡିଜି ୮୩୭୮,ତିନୋଟି ମୋବାଇଲ, ଏଟିଏମ କାର୍ଡ ଜବତ କରିବା ସହ ଘର ମାଲିକ ଦୁଇଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ  ।

ଏହି ତିନିଜଣ ବ୍ୟକ୍ତି ବହୁ ଦିନରୁ ଏଠାରେ ରହି ଏକ ଜାଲ ରାକେଟ ଚଳାଉଥିବା ସହ ଗରିବ ଆଦିବାସୀ ଲୋକଙ୍କୁ ଜାଲ ରତ୍ନ ପଥର, ଜାଲ ତମ୍ଭା ପଇସା, ହନୁମାନ ପଇସା ନାମରେ ଲୋକମାନଙ୍କୁ ଠକୁ ଥିବା ପୋଲିସ କହିଛି । ଏହି ଅଭିଯୁକ୍ତ ମାନଙ୍କଠୁ ଏକ ହରିଣ ଚମଡା ମଧ୍ୟ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଏଥିରୁ ଜଣାପଡୁଛି ଏବେବି ଏହି ଅଂଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଥିବା ଅନୁମାନ କରୁଛି ପୋଲିସ । ଚିତ୍ରକୋଣ୍ଡା ସଦର ମହକୁମା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବାରୁ ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଦେଶର ଚୋରା ବେପାରୀ ଏଠାରେ ବିଭିନ୍ନ ଜାଲ ବେପାର ଅନାୟାସରେ ଚଳାଇଛନ୍ତି ।

ପୂର୍ବରୁ ବହୁ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଚିତ୍ରକୋଣ୍ଡା ପୋଲିସକୁ ପ୍ରଥମଥର ଏକ ବଡଧରଣର ଜାଲ ରତ୍ନ ପଥର, ହନୁମାନ ପଇସା , ବନ୍ୟଜନ୍ତୁ ଚମଡା ଚାଲାଣ କରୁଥିବା ରାକେଟକୁ ଧରିବାରେ ସଫଳତା ହାସଲ କରିଛି ଚିତ୍ରକୋଣ୍ଡା ପୋଲିସ । ଚିତ୍ରକୋଣ୍ଡା ଥାନା କେଶ ନଂ ୨୫, ଧାରା ୪୧୭,୪୨୦,୩୪, ଚୋରା ବନ୍ଧୁକ ରଖିବା ଅଭିଯୋଗରେ ଧାରା ୨୫, ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୫୧ ଅନୁଯାୟୀ ଅଭିଯୁକ୍ତ ମୋହନ ତ୍ରିବେଦୀ, (ଓଡ଼ିଶା) ଇଥାମ ସେଟି ଭେଙ୍କେଟ ରାମନା, କୃପାଭରାମ ତ୍ରିପାଲ୍ଲୀ ଉଭୟ ଆନ୍ଧ୍ରପ୍ରଦେଶର ଏଲମାନଚିଲି ଗ୍ରାମର  ସମସ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।