ରାଜ୍ୟରେ କରୋନାରେ ୪୦ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ  ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୪୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୯୭୦   ହୋଇ ଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଧା ଜିଲ୍ଲାରେ ସବୁଠାରୁ  ଅଧିକ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  କଟକ  ଓ ବରଗଡ ଓ ନୟାଗଡ ଜିଲ୍ଲାରେ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ପୁରୀ  ଜିିଲ୍ଲାରେ ୪ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।  ସେହିପରି ଅନୁଗୁଳ, ଗଂଜାମ ଜିଲ୍ଲାରେ ୩-୩ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି   ଜିଲ୍ଲାରେ ୨ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁୁଟ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରେ ଜଣେ ଜଣେ ସଂକ୍ରମିତ ମୃତ୍ୟୁବରଣ କରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।