ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ୬୯୬ ଜଣଙ୍କୁ ଟୀକାକରଣ

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ଜିଲ୍ଲାର ୭ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବୁଧବାର ଦିନ କୋଭିଡ୍ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ମୋଟ ୬୯୬ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ  କୋଭିଡ୍ ଟୀକାକରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଦ୍ଵିତୀୟ ଡୋଜ୍ ର ପ୍ରଥମ ଦିନରେ କେବଳ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର , ଆଶା , ଏଏନଏମ ଓ କର୍ମଚାରୀ ମାନେ ଟୀକା ନେଇଥିଲେ  । ଟୀକା ନେବା ପରେ ସେମାନେ ନିରୀକ୍ଷଣ କକ୍ଷରେ ୩୦ ମିନିଟ୍ ପର୍ଯ୍ୟନ୍ତ ବସିଥିଲେ । କାହାକୁ ହେଲେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନ ଥିଲା ।
ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଡିପିଏମ ସୌମ୍ୟରାଣୀ ଗୌଡ଼ ଏବଂ କୋଭିଡ୍ ଟିକାକରଣ ଇନଚାର୍ଜ ଡାକ୍ତର ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ଏଏନଏମ: ସୁଚିତ୍ରା ପରିଡା , ସୌଭାଗ୍ୟ ମହାନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀ  ଶ୍ରୀ ଶୁଶିଲ କୁମାର ପଣ୍ଡା ପ୍ରମୁଖ କୋଭିଡ୍ ଟିକା ଦେଇଥିଲେ ।