ଭୁବନେଶ୍ୱର: ମହାମାରୀକୁ ଦୁଷ୍ଟିରେ ରଖି ଅତ୍ୟାବଶକ ସେବା ଯୋଗାଉଥିବା ଅଫିସଗୁଡିକୁ ବାଦଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦% କର୍ମଚାରୀମାନେ ରୋଷ୍ଟର ଡିଉଟି କରୁଛନ୍ତି । ତେବେ ଆସନ୍ତା ଡ଼ିସେମ୍ବର ପହିଲାରୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ୭୫% କର୍ମଚାରୀଙ୍କୁ ନେଇ ଚାଲିବ । ଏ ନେଇ ଶନିବାର ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଞ୍ଜପ୍ତି ଜାରି କରାଯାଇଛି । ତେବେ କେଉଁ କର୍ମଚାରୀ କେଉଁ ଦିନ ଡିଉଟି କରିବେ ତାହା ବିଭାଗ କିମ୍ବା ବିଭାଗୀୟ ମୁଖ୍ୟଦପ୍ତର ସ୍ଥିର କରିବେ । ଏଥି ସହିତ ଜରୁରୀ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟଳୟଗୁଡିକ ୧୦୦% କର୍ମଚାରୀଙ୍କୁ ନେଇ ଚାଲିବ। ଡ଼ିସେମ୍ବର ମାସ ପାଇଁ ଅଫିସ ପରିଚାଳନା ନେଇ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସମେତ ପୋଲିସ, ଅଗ୍ନିଶମ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ପୌର ସଂସ୍ଥା ଗୁଡିକର ସମସ୍ତ କର୍ମଚାରୀ କାର୍ଯ୍ୟ କରିବାକୁ କୁହାଯାଇଛି। ବିଧାନସଭା ଅଧିବେଶନ ସହ ଜଡିତ ବିଭାଗଗୁଡିକର ଅଧିକାରୀ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି।