ପୋଖରୀରେ ବୁଡି ୫ ବର୍ଷର ଶିଶୁ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭ ୯ ଥାନା ଅନ୍ତର୍ଗତ ଟିଗଲ ପଞ୍ଚାୟତ ଅନ୍ତର୍ଗତ ତାମନପାଲି ଗ୍ରାମରେ ପୋଖରୀରେ ବୁଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ତାମନପାଲି ଗ୍ରାମର ମୁନା ମାଡକାମୀ ଓ ତାଙ୍କ ସ୍ତ୍ରୀ ବର୍ଷା ହୋଉଥିବାରୁ ଜମିକୁ ଧାନ କାଟିବାକୁ ଘରେ ୧୨ ବର୍ଷର ଝିଅ ଗୌରୀ ପାଖରେ ୫ ବର୍ଷର ପୁଅ ରବୀନ୍ଦ୍ରକୁ ଛାଡିଯାଇଥିଲେ । ଭାଇ ଗାଁ ପିଲାଙ୍କ ସହ ଘର ପାଖରେ ଖେଳୁ ଥିବା ଦେଖି ଗୌରୀ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲିଯାଇଥିଲା । ଖେଳିସାରିବା ପରେ ରବୀନ୍ଦ୍ର ଭଉଣୀକୁ ଖୋଜିବା ପାଇଁ ଯାଇ ପୋଖରୀରେ ବୁଡି ଯାଇଥିଲା । ଏହା ଦେଖି ଗାଁ ଲୋକ ବାପା ମୁନାକୁ ଖବର ଦେଇ ପାଣିରୁ ରବୀନ୍ଦ୍ରକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାକୁ ମେଡିକାଲକୁ ଆଣିବା ବେଳେ ସେ ମୃତ୍ୟୁ ବରଣ କରିଥିଲା । ଖବର ପାଇଁ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।