ସୀମାନ୍ତରେ ଏନକାଉଣ୍ଟର ଜଣେ ମହିଳା ମାଓବାଦୀ ମୃତ, ବନ୍ଧୁକ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ଓ ଜିଲ୍ଲା ସୁକମା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ଚାନ୍ଦାମେଟା, ପଟେଲପାରା, ଗଡମେପାରା, ଆଣ୍ଡାଲପାରା, ତୁଲସୀ ପାହାଡ଼ ପାୟାରବତ୍ ଏବଂ ଏହାର ଆଖପାଖ ଅଞ୍ଚଳରେ କାଙ୍ଗେରଘାଟି ଏରିଆ କମିଟିର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ବସ୍ତର ଓ ଦାନ୍ତେୱାଡା ଡିଆରଜି ଟିମ୍, ଜିଲ୍ଲା ପୋଲିସ୍ ଫୋର୍ସ ସୁକମା, ସିଆରପିଏଫ ଯବାନ ମିଳିତ ଅପେରସନରେ ଯାଇଥିଲେ ।

ଆଜି ସକାଳେ ଚାନ୍ଦମେଟା ଏବଂ ପୟାରବତ ଜଙ୍ଗଲ ମଧ୍ୟରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଯବାନ ଗୁଳିର ସାମନା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ପରେ ଯବାନ ମାନେ ଉକ୍ତ ଅଞ୍ଚଳରେ ସର୍ଚିଙ୍ଗ କରିବା ବେଳେ ଜଣେ ମହିଳା ମାଓବାଦୀର ଶବ, ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ, ୧୨ ବୋର ବନ୍ଧୁକ ଗୋଟିଏ ଏବଂ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଉଦ୍ଧାର କରିଥିଲେ । ବର୍ତମାନ ଘଟଣା ସ୍ଥଳରେ ସର୍ଚିଙ୍ଗ ଜୋରଦାର ଚାଲିଥିବା ବସ୍ତର ଆଇଜିପି, ସୁନ୍ଦରରାଜ ସୂଚନା ଦେଇଛନ୍ତି ।