ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୧ ଜାନୁଆରୀ ୨୩ ରୁ ଆରମ୍ଭ ହେବାକୁ ଯାଉଥିବା ଏକ ବର୍ଷ ବ୍ୟାପୀ ଉକ୍ତ ସ୍ମାରକୀ କାର୍ଯ୍ୟକ୍ରମ ବାବଦରେ ଏହି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବ । ବିଶିଷ୍ଟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ ଫୌଜ (ଆଇଏନଏ) ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି କମିଟିର ସଦସ୍ୟ ରହିଛନ୍ତି । ଏହି କମିଟି ଦିଲ୍ଲୀ, କୋଲକାତା ଓ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକରେ, ଉଭୟ ଭାରତ ଏବଂ ବିଦେଶରେ ସ୍ମରଣୀୟ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶନ କରି ବ।