ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ଯୁବକ ଯୁବତୀଙ୍କ ମୃତ୍ୟୁ ଘଟଣା

ଗୁରାଣ୍ଡି: ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ଯୁବକ ଯୁବତୀଙ୍କ ମୃତ୍ୟୁ ଘଟଣା, ଏବେବି ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ପ୍ରେମି ଯୁଗଳଙ୍କ ଶବ, ଯୁବତୀଙ୍କ ଘର ଭିତରେ ପଡି ରହିଛି ଶବ, ଗୁରାଣ୍ଡି ଥାନା ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଆଉ କିଛି ସମୟ ପରେ ଗଞ୍ଜାମ ଛତ୍ରପୁରରୁ ପୋଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ, ପୋଲିସର ବରିଷ୍ଠ ଅଧିକାରୀ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶବର ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବାର ବ୍ୟବସ୍ଥା କରାଯିବ। ଉଭୟଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରି ଅନ୍ୟତ୍ର ବିବାହ ସମ୍ପନ୍ନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।