ବରିପଡା: ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର ବରିପଡା ଟାଉନରେ ରିଚ୍ଟର ସ୍କେଲରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ମୃଦୁ ଭୂକମ୍ପ ଘଟିଛି ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।
ରିପୋର୍ଟ ଅନୁଯାୟୀ, ଆଜି ପ୍ରାୟ ୨.୧୩ ସମୟରେ ଏହି ଭୂକମ୍ପର ଶବ୍ଦ ଅନୁଭୂତ ହୋଇଛି ବୋଲି କେନ୍ଦ୍ର କହିଛି। ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଜିଲ୍ଲା ପକ୍ଷରୁ ସମ୍ପତ୍ତି କିମ୍ବା ଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାପୂର୍ବରୁ ଅଗଷ୍ଟ ୮ ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ସ୍ୱଳ୍ପ ତୀବ୍ର ଭୂକମ୍ପ ହୋଇଥିଲା। ଭୂକମ୍ପନ ଅନୁଭୂତ ହେବା ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। କିନ୍ତୁ, ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ମୋବାଇଲ୍ ନେଟ୍ଓ୍ଵାର୍କ କାମ କରି ନ ଥିଲା ବୋଲି କେତେକ ବ୍ୟକ୍ତି ଦାବି କରୁଛନ୍ତି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା।