ମାଲକାନଗିରି : ଗ୍ୟାସ ଦର ଅହିତକର ବୃଦ୍ଧି ବିରୋଧରେ ବିଜୁ ମହିଳା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ଯେଉଁ ଆଗାମୀ ୨୪ ତାରିଖଠାରୁ ଜିଲ୍ଲାର ସମସ୍ତ ବ୍ଳକ ମୁନିସିପାଲଟିରେ ହେବାକୁ ଥିବା ଆନ୍ଦୋଳନର ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ, ପ୍ରକାଶ ଡାଙ୍ଗ ଜିଲ୍ଲା କାର୍ଯ୍ୟକରି ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସୁକାନ୍ତି ବୁରୁଦା, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ସାଂଗଠନିକ ସମ୍ପାଦକ ନୃସିଂଘ ଚରଣ ମୋହାନ୍ତି, ବିଜେଡି ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ପ୍ରମୁଖ ଉପସ୍ଥିତ ରହି ଅଲୋଚନରେ ଅଂଶଗ୍ରହଣ କରିବା ସହ। ସେସରେ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ଯୋଗ ଦେଇଥିବା ସମସ୍ତ ଜିଲ୍ଲା ବ୍ଳକ ମୁନିସି ପାଲଟିର ମହିଳା ଯୁବ ଓ ଛାତ୍ର ନେତୃ ବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଭାପତି ତାପସ ରଞ୍ଜନ ନାୟକ,ସୁନୀଲ କୁମାର ସାହୁ, ଜି ଶ୍ରୀନିବାସ, ମୋନାଜ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ବୈଠକର ପରିଚାଳନା କରିଥିଲେ ।