କେନ୍ଦୁଝରରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଘରୋଇ ବସ

କେନ୍ଦୁଝର:  କେନ୍ଦୁଝରରେ ଠିଆ ହୋଇଥିବା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳି ଗଲା ଏକ ଘରୋଇ ବସ । ଆଜି ବୁଧବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ମାଇନିଂ ସ୍ଥିତ ଡି. ଆଇ. ସି . ଅଫିସ ପଛପଟ ପଡିଆରେ ଠିଆ ହୋଇଥିବା ଏକ ଘରୋଇ ବସରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ବସଟିର ଚାରିଆଡେ ନିଆଁ ବ୍ୟାପିଯାଇଯାଇଥିଲା  ଏବଂ ଭୟଙ୍କର ଭାବରେ ଜଳିବାକୁ ଲାଗିଥିଲା ।

ସେଠାରେ କିଛି ଗଣ ମାଧ୍ୟମର ପ୍ରତିନିଧୀ  ପହଂଚି ଅଗ୍ନୀଶମ ବାହିନୀକୁ ଖବର ଦେବା ସହ ପାଖ ଘରୁ ଏକ ପାଇପ ଆଣି  ପାଣି ପକାଇ ନିଆଁ କୁ  ଆୟତ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ନିଆଁ କୁ ସଂପୂର୍ଣ୍ଣ ଭାବରେ ଆୟତ କରିବାରେ ସକ୍ଷମ ହୋଇ ପାରି ନଥିଲେ । କିଛି ସମୟ ପରେ ସେଠାରେ ଅଗ୍ନୀଶମ ବାହିନୀ ପହଂଚିବା  ପରେ  ନିଆଁ କୁ ଲଭାଇଥିଲେ । କିନ୍ତୁ  ସେତେ ବେଳକୁ ବସ ଟି ର ପ୍ରାୟ ନବେ ଭାଗ ପୋଡି ଯାଇଥିଲା । ଏହି ବସ ଟି ଏହି ପଡିଆରେ ଦୀର୍ଘ ମାସ ହେବ ଠିଆ ହୋଇ ରହିଥିବା ବେଳେ ଆଜି ଏଥିରେ କେମିତି  ନିଆଁ ଲାଗିିଥିଲା  ତାହା ବର୍ତମାନ ସୁଦ୍ଧା  ସ୍ପଷ୍ଟ ହୋଇପାରି ନାହିଁ  ।