କୋରାପୁଟ: କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଦ୍ୱାରା ଭାରତମାଳା ଯୋଜନାରେ ସ୍ବତନ୍ତ୍ର ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ମିଲିଛି । ଏହି ଯୋଜନାରେ କୋରାପୁଟ ଜିଲ୍ଲାର ଶତାଧିକ ଲୋକେ ଜମି ହରାଇବେ । ସରକାରଙ୍କୁ ବଜାର ଦାମ ଠାରୁ ବହୁ କମ ମୁଲ୍ୟ ଦେବାର ବ୍ୟବସ୍ଥା ରହିଥିବା ଅଭିଯୋଗ କରିଛନ୍ତି ଜମିହରା ଲୋକେ । ଏହାର ପ୍ରତିବାଦରେ ଜମି ହରାଉଥୁବା ଲୋକେ ଏକାଠି ହୋଇଛନ୍ତି। ଉଚିତ କ୍ଷତିପୂରଣ ଦିଆନଗଲେ ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ନିଷ୍ପତି ନେଇଛନ୍ତି । ଆସନ୍ତା ୪ ତାରିଖରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିବେ ଜମି ହରାଉଥିବା ଲୋକେ। ପ୍ରଶାସନ ପକ୍ଷରରୁ କଣ ନିଷ୍ପତି ନିଆଯାଉଛି ତାକୁନେଇ ପରବର୍ତି ନିଷ୍ପତି ନିଆଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି କହିଛନ୍ତି।
କୋରାପୁଟ ବ୍ଳକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ରୁଣ୍ଡିଆମ, ବଣ୍ଡାଗୁଡା, ଡଙ୍ଗରି, ଦେଶନୟକଗୁଡା, ବାସୁପୁଟ ଓ ମହାଦେଇପୁଟ ପଞ୍ଚାୟତର ରଙ୍ଗମାଠିଗୁଡା, ଲିଟିମାଳିଗୁଡା, ରେଙ୍ଗାଗୁଡା, ଡୋଳିଆମ୍ଭ, ଲଲଗୁଡା, ବେଲଗୁଡା କରଣଗୁଡା ପ୍ରଭୃତି ଗ୍ରାମର ଲୋକଙ୍କ ଜମି ଭାରତ ମାଳା ଯୋଜନାରେ ରାସ୍ତା ତିଆରି ପାଇଁ ଅଧିଗ୍ରହଣ ହେବାକୁ ସ୍ଥିର ହୋଇ ଜାତୀୟ ରାଜପଥ ବିଭାଗ ଦ୍ଵାରା ମାରକିଙ୍ଗ ହୋଇଛି । ଡଙ୍ଗର. ୧କିସମ ଜମି ପାଇଁ ୩୦୦୦୦, ଡଙ୍ଗର. ୨କିସମ ପାଇଁ ୨୭୦୦୦, ଡଙ୍ଗର. ୩କିସମ ପାଇଁ ୨୩୦୦୦ ଟଙ୍କା ସରକାରୀ ମୂଲ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ସେସବୁ ଅଞ୍ଚଳରେ ବର୍ତ୍ତମାନ ଏକର ପିଛା ୫ରୁ ୭ ଲକ୍ଷ ଟଙ୍କାରେ ଜମି କିଣା ବିକା ହେଉଛି। ସରକାର ଧାର୍ଯ୍ୟ କରିଥିବା ଦର ବହୁତ କମ, ଏଣୁ ଲୋକେ ଅଶାନ୍ତି।
ଏସବୁ ଅଂଚଳର ଲୋକେ ଏକର ପିଛା ୧୦ ଲକ୍ଷ ଟଙ୍କା ପାଇଁ ଦାବି କରୁଛନ୍ତି। ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାପାଳଙ୍କୁ ଜମି ହରାଉଥିବା ଲୋକେ ମିଶି ଦାବିପତ୍ର ପ୍ରଦାନ କରିବେ। ସେଇଥିପାଇଁ ଆଜି ମସ୍ତିପୁଟ ପଂଚାୟତର ଏକଟା ଗୁଡ଼ା ଗ୍ରାମର ଆମ୍ବତୋଟାରେ କ୍ଷତିଗ୍ରସ୍ତ ହେଉଥିବା ଲୋକେ ବୈଠକ କରିଥିଲେ। ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ମସ୍ତିପୁଟ ସରପଞ୍ଚ, ମୋହଦେଇପୁଟ ସରପଞ୍ଚ ପୂର୍ବତନ ପୋଲିସ ଅଧିକାରୀ ସରତ ବୁର୍ଜା,ସାଂସଦ ପ୍ରତିନିଧି ବାବୁଲା ବେନିଆ ଉପସ୍ଥିତିରେ ବୈଠକ ହୋଇଥିଲା। ବୈଠକରେ ଅଧିକାଂଶ କ୍ଷତିଗ୍ରସ୍ତ ଲୋକେ ଭାଗ ନେଇଥିଲେ। ଜିଲ୍ଲାପାଳଙ୍କୁ ଦେଖା କରିବା ପରେ ଅନ୍ୟ ରଣ ନୀତି ସ୍ଥିର କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।