ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ପଚରାଉଚରା କରୁଛି ପୋଲିସ । ନିଜ କାର୍ଯ୍ୟାଳୟରେ ଡ଼ିଏଫଓଙ୍କୁ ପଚରାଉଚରା କରୁଛି ପୋଲିସ । ମାମଲାର ତଦନ୍ତକାରୀ ଅଧିକାରୀ ଓ ଏସଡ଼ିପିଓ ତାଙ୍କୁ ଜେରା କରୁଛନ୍ତି । ପ୍ରଥମେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଡ଼ିଏଫଓଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା ଏବଂ ସେଠାରେ ଜେରା ଚାଲିଛି । ଏହି ଜେରା ବେଳେ ଡ଼ିଏଫଓଙ୍କ କାର୍ଯ୍ୟାଳୟରେ ତିନି ଜଣିଆ କ୍ରାଇମବ୍ରାଂଚ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଘଟଣାସ୍ଥଳରେ କ୍ରାଇମବ୍ରାଂଚ ଡିଏସପି ମଧ୍ୟ ଉପସ୍ଥିତ ରହିଛନ୍ତି । ପୋଲିସ ପକ୍ଷରୁ ଡ଼ିଏଫଓଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ଜାରୀ ରହିଛି ।
ପ୍ରକାଶ ଥାଉକି, ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡ଼ିଏଫଓଙ୍କ ନାମ ଏତଲାରେ ଥିବାରୁ ତାଙ୍କୁ ପୋଲିସ ପଚରା ଉଚରା କରୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ସନ୍ଦେହଜନକ ରହିଥିଲା ।