ସମର୍ପଣର ୨୬ ବର୍ଷ…

ଭୁବନେଶ୍ୱର,୧୬ା୧୦(ଡିକେ ନୁ୍ୟଜ):ଓଡ଼ିଶାକୁ ବିକାଶ ପଥରେ ନେଉନେଉ ୭୮ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ତାଙ୍କ ବଡ଼ ଭଉଣୀଗୀତା ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ସେଜନ୍ମଦିନକୁ ପାଳି ନ ଥିଲେ ମଧ୍ୟ ସେବାରସାଧକଙ୍କ ଏହି ଜନ୍ମଦିନକୁ ରକ୍ତଦାନ ଶିବିରଓ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମକରି ପାଳିଛନ୍ତି ରାଜ୍ୟବାସୀ । ୨୦୦୦ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଯେତେବେଳେ ଶପଥଗ୍ରହଣ କରିଥିଲେ କିଏ ଜାଣିଥିଲାକେତେଦିନ ତାଙ୍କ ଶାସନ ଚାଲିବ ବୋଲି ।ରାଜନୈତିକ ଅସ୍ଥିରତା, ପ୍ରାକୃତିକବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଓଡ଼ିଶା ଏବଂଆର୍ଥିକ ସଂକଟଗ୍ରସ୍ତ ରାଜ୍ୟକୁ ଶାସନଦେବାରେ ନବୀନ କେତେ ସଫଳ ହେବେସେଥିନେଇ ସଭିଙ୍କ ମନରେ ଆଶଙ୍କା ଥିଲା ।ବିଜେଡି-ବିଜେପି ମେଣ୍ଟରେ ଗଢ଼ାହୋଇଥିବା ଏହି ନୂଆ ସରକାର ବେଶୀତିଷ୍ଠିବ ନାହିଁ ବୋଲି ଅନେକ ଆଶଙ୍କାକରିଥିଲେ । ଦଳ ଭିତରେ ଆଭ୍ୟନ୍ତରୀୟଚୌକି କସରତ ଓ ଦଳ ବାହାରେବିରୋଧୀଙ୍କ ଗୋଟିଚାଳନା ସବୁ ସମୟରେଭିନ୍ନ ଏକ ରାଜନୈତିକ ଆକଳନ ଆଡ଼କୁନେଉଥିଲା । କିନ୍ତୁ ବିରୋଧୀଙ୍କ ଗୋଟିଚାଳନାକୁ ମୁକାବିଲା କରିବାରେନବୀନ ସଫଳ ହୋଇଥିଲେ । ଥରେ ନୁହେଁପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରାଜନୀତିରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ସେ ପ୍ରତିପାଦିତ କରିସାରିଛନ୍ତି ।୮୦ ଦଶକରେ ବିଜୁ ବନାମ ଜାନକୀଙ୍କରାଜନୈତିକ ଦୃଶ୍ୟପଟ୍ଟକୁ ରାଜ୍ୟବାସୀଦେଖିଥିଲେ । ୧୯୮୦-୯୦ କଂଗ୍ରେସ ସରକାର ଓ ୧୯୯୦-୯୫ ବିଜୁପଟ୍ଟନାୟକଙ୍କ ଜନତା ସରକାର ପରେ୧୯୯୫-୨୦୦୦ରେ ପୁଣି କଂଗ୍ରେସ ଓଡ଼ିଶା ରାଜନୀତିକୁ ଦଖଲ କରିଥିଲା ।ହଠାତ୍ ୧୯୯୭ରେ ବିଜୁବାବୁଙ୍କ ଦେହାନ୍ତପରେ ଯେତେବେଳେ ସମଗ୍ର ରାଜ୍ୟରେଜନତା ଦଳ ଖଣ୍ଡ ଖଣ୍ଡ ହୋଇଯାଇଥିଲା,ସେତେବେଳେ ଓଡ଼ିଶାରେ କଂଗ୍ରେସକୁମୁକାବିଲା କରିବାରେ ଏକ ଶକ୍ତ ବିରୋଧୀଦଳର ଆବଶ୍ୟକତା ଥିଲା । ଆଉ ଠିକ୍ସେତିକି ବେଳେ ଜନ୍ମ ନେଇଥିଲା ବିଜୁଜନତା ଦଳ(ବିଜେଡି) । ଅଣ ରାଜନୀତିରୁଆସି ନବୀନ ବାବୁ ଦଳର ନେତୃତ୍ୱନେଇଥିଲେ । ଓଡ଼ିଶା ରାଜନୀତିରେସର୍ବଜନବିଦିତ ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତନବୀନ ବାବୁ କିମ୍ବା ତାଙ୍କ ପରିବାରରୁ କେହିପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୀତିକୁଆସିନଥିଲେ । ଶେଷରେ ବାଧ୍ୟ ବାଧକତାରେଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିରଆବଶ୍ୟକତା ସତେ ଯେମିତି ତାଙ୍କୁବିଜୁବାବୁଙ୍କ ସ୍ଥାନରେ ନେତୃତ୍ୱର ପ୍ରତୀକଭାବେ ଆଣିବାକୁ ବାଧ୍ୟ କରିଥିଲା ।ରାଜନୀତିରେ ଅନଭିଜ୍ଞ ଥିବା ନବୀନବାବୁ ସାଂସଦ ଭାବେ ନିର୍ବାଚିତ ହୋଇଲୋକସଭାକୁ ଯାଇଥିଲେ । ପରେଏନ୍ଡିଏ ସରକାରରେ କ୍ୟାବିନେଟ୍ ମନ୍ତ୍ରୀହୋଇଥିଲେ । ୨୦୦୦ ମସିହା ମାର୍ଚ୍ଚ୫ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେଶପଥ ଗ୍ରହଣ କରି ରାଜ୍ୟର ଶାସନ ଭାରହାତକୁ ନେଇଥିଲେ । ସେହିଦିନଠାରୁ ସେଆଉ ପଛକୁ ଫେରିନାହାନ୍ତି । ୧୯୯୯ମହାବାତ୍ୟାର ବିଧ୍ୱସ୍ତ ଓଡ଼ିଶା ଜାନକୀପଟ୍ଟନାୟକ ଓ ଗିରିଧାରୀ ଗମାଙ୍ଗଙ୍କମୁଖ୍ୟମନ୍ତ୍ରିତ୍ୱ ବିବାଦ ମଧ୍ୟରେ ରାହାଖୋଜୁଥିବା ବେଳେ ନବୀନଙ୍କ ଆବିର୍ଭାବହୋଇଥିଲା । ରାଜ୍ୟବାସୀ ନବୀନଙ୍କୁବିପୁଳ ସଂଖ୍ୟାରେ

#Bhubeneswar #Naveen'sBirthday #DumaniKhabar