ଇପିଏଫ ଟଙ୍କା ହରିଲୁଟ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତଦନ୍ତ ଦାବୀ

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥା ଘରୋଇକରଣ ହେବାପରେ ଜୁଲାଇ ମାସ ୨୦୨୦ ରେ”ଏଲ ଏଣ୍ଡ କେ “ନାମକ ଏକ ଘରୋଇ କମ୍ପାନୀ ଟେଣ୍ଡର ନେଇ କାମ ଆରମ୍ଭ କରିଥିଲା । କିନ୍ତୁ ଆଜକୁ ବାରମାସ ହେବ ବ୍ୟବସ୍ଥିତ ହୋଇ ପାରିନାହିଁ ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ନା ମିଳୁଛି ଠିକ ଭାବେ ଦରମା । ଏଭଳି କିଛି ଅଭିଯୋଗ ଆଣିଛନ୍ତି କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ “ଏଲ ଏଣ୍ଡ କେ “ରେ କାର୍ଯ୍ୟରତ ସଫେଇ କର୍ମଚାରୀ । କର୍ମଚାରୀଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ମାସ ତାଙ୍କ ପ୍ରାପ୍ୟ ଦରମାରୁ ଇପିଏଫ ବାବଦରେ ଏକ ହଜାର ଟଙ୍କା ଲେଖାଏଁ କଟାଯାଉଛି କିନ୍ତୁ ତାହା ଇପିଏଫ ପାଣ୍ଠିରେ ଜମା ଯାଉନାହିଁ ନା ସଫେଇ କର୍ମଚାରୀଙ୍କ ଫୋନ ନମ୍ବରଟି ସଂଲଗ୍ନ କରାଯାଇଛି । ଚଞ୍ଚକତା କରି ଟଙ୍କା କମ୍ପାନୀ ଦ୍ୱାରା ହରିଲୁଟ ହେଉଛି ଏଣେ ବାରମ୍ବାର ଜମାଦାର ବଦଳାଯାଉଛି ।

ଅନ୍ୟପକ୍ଷେ ଦେଖିବାକୁ ଗଲେ ନିରୀହ ସଫେଇ କର୍ମଚାରୀ କରୋନା କାଳରୁ ଜୀବନକୁ ବାଜି ଲଗେଇ ଯେଉଁ ସମୟରେ କାର୍ଯ୍ୟରତ ଥିଲେ ସେହି ସମୟରେ ଲୋକେ କୋରନାର ତାଣ୍ଡବକୁ ଭୟଭିତ ହୋଇ ଘରୁ ବାହାରୁନଥିଲେ । ସଫେଇ କର୍ମଚାରୀ ନିରନ୍ତର ଭାବେ ନାଳ ଏବଂ ସହରକୁ ସଫେଇ କରି ସାନିଟାଇଜ କରୁଥିଲେ । ନିଜ ପରିବାର ପିଲା ଛୁଆଙ୍କୁ ଛାଡି ନିରନ୍ତର କାର୍ଯ୍ୟରତ କର୍ମଚାରୀ ଯଦି ତାଙ୍କ ପ୍ରାପ୍ୟ ଠିକ ଭାବେ ପାଇବେ ନାହିଁ ତାହେଲେ କାର୍ଯ୍ୟ ତୁଲାଇବା ସେମାନଙ୍କ ପାଇଁ ଅସାଧ୍ୟ ହୋଇପଡିବ । ସେମାନଙ୍କ ପ୍ରତି ଏଭଳି ଅବ୍ୟବସ୍ଥିତ କାର୍ଯ୍ୟ ନିନ୍ଦନୀୟ । ଏ ନେଇ ଗଣମ।ଧ୍ୟମ ପ୍ରତିନିଧି କମ୍ପାନୀ ଜମାଦାରଙ୍କୁ ପ୍ରଶ୍ନ କଲେ ଜମାଦାର ଉତ୍ତର ରଖିଛନ୍ତି ମୁଁ ନୂଆ ଏବଂ ଏହି ବିଷୟ ଗୁଡିକ ମୁଁ ମୋ କମ୍ପାନୀକୁ ଜଣେଇ ସ।ରିଛି ଅତିଶୀଘ୍ର ସମସ୍ୟାର ସମାଧାନ ହେବ । ଏଣେ ସଫେଇ କର୍ମଚାରୀ ତାଙ୍କ ସମସ୍ୟାର ସମାଧାନ ନହେଲେ କାର୍ଯ୍ୟବନ୍ଦ କରିବାକୁକୁ ନିଷ୍ପତି ନେଇଛନ୍ତି । ଯଦି ସଫେଇ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ନ କରନ୍ତି ତାହେଲେ କୋଟପାଡ଼ ସହର ଆବର୍ଜନା ଓ ଅସ୍ବଛ ହେବା ସ୍ୱାଭାବିକ ତେଣୁ ପ୍ରଶାସନ ହସ୍ତକ୍ଷେପ କରି ସଫେଇ କର୍ମଚାରୀଙ୍କ ମୌଳିକ ଅଧିକାର ଜନିତ ସମସ୍ୟାର ସମଧାନ କରେଇବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ସଫେଇ କର୍ମଚାରୀଙ୍କ ନାର୍ଯ୍ୟ ଦାବୀ ପୁରଣ ହେଉଛି ।