ପେଟ୍ରୋଲ ପମ୍ପରେ ପ୍ରେଟୋଲ ବଦଳରେ ପାଣି ବିକ୍ରୀ ଅଭିଯୋଗ : ହନ୍ତସନ୍ତ ହେଉଛନ୍ତି ଗାଡି ଚାଳକ ଯୋଗାଣ ଅଧିକାରୀ ଓ ପେଟ୍ରୋଲିୟମ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଧର୍ମଶାଳା : ରାଜ୍ୟରେ ତେଲ ଦର ବୃଦ୍ଧି ପରେ ବୃଦ୍ଧି ଘଟୁଛି । ଏପରି ସ୍ଥଳେ ସାଧାରଣ ଦୁଇଚକିଆ ଗରିବ ମଧ୍ୟବିତଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଅନ୍ୟ ପକ୍ଷେ ଅଧିକ ଲାଭ ଆଶାରେ ତେଲ ଟାଙ୍କିର କେତେକ ଅସାଧୁ କର୍ମୀଚାରୀ ତେଲ ଅପମିଶ୍ରମଣ କରିବା ସହ ପାଣି ମିଶାଇବାକୁ ପଛାଉନାହାନ୍ତି । ଫଳରେ ଗାଡି ଚାଳକମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଆଜି ତେଲ ଟାଙ୍କିରେ ପେଟ୍ରେଲ ବଦଳରେ ପାଣି ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବଡଚଣା ବ୍ଲକ କହେଇଛକ ନିକଟରେ ଥିବା ଡଲଫିନ ପେଟ୍ରେଲ ପମ୍ପ ଉପରେ । ପ୍ରଥମେ ଜଣେ ପୋଲିସ କର୍ମଚାରୀ ପେଟ୍ରୋଲ ପକାଇ ଅଳ୍ପ ବାଟ ଯିବା ପରେ ଗାଡି ରହିଯାଇଥିଲା । ପରେ ସେ ଗାଡିକୁ ଗ୍ୟାରେଜରେ ଦେଖାଇବା ପରେ ଟାଙ୍କିରେ ପେଟ୍ରୋଲ ନୁହେଁ ବରଂ ପାଣି ବାହାରିଥିଲା । ଏହା ପରେ ସେହି ଟାଙ୍କିରୁ ତେଲ ପକାଇ ଆସୁଥିବା ଗୋଟିଏ ପରେ ଗୋଟିଏ ଗାଡି ସେଭଳି ଅବସ୍ଥା ହୋଇଥିଲା । ଏବଂ ସମସ୍ତଙ୍କ ବାଇକ ଟାଙ୍କିରୁ ଖୋଲିବା ପରେ ତେଲ ନୁହେଁ ବରଂ ପାଣି ବାହାରିଥିବା ଦେଖାଯାଇଥିଲା ।

ଏହା ପରେ କେତେକ ସାମ୍ବାଦିକ ମଧ୍ୟ ସେଠାରେ ତେଲ ପକାଇଥିଲେ । ସେମାନଙ୍କ ମଧ୍ୟ ସମାନ ଅବସ୍ଥାରେ ପାଣି ବାହାରିଥିଲା । ଘଟଣା ପରେ ସେଠାରେ ହୋ ହାଲା ହୋଇଥିବାରୁ ସେମାନଙ୍କ କୌଣସି ପକ୍ଷରେ ଟଙ୍କା ଦେଇ ଘଟାକୁ ଚାପିଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଟାଙ୍କି ଗୁଡିକୁ ବ୍ଲକର ଖାଉଟି ବିକ୍ରୟ ଅଧିନରେ ଯାଉଥିବା ବେଳେ ସମ୍ପୁକ୍ତ ବିଭାଗର କେବେବି ଏହାର ତଦାରକ କୁରୁନି । ଫଳରେ ପେଟ୍ରୋଲ ଟାଙ୍କି ଗୁଡିକ ନିଜ ମନ ମୁତାବକ ମିଶ୍ରଣ କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । । ଥରେ ନୁହେଁ କି ଦୁଥ ଥର ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସମସ୍ତ ପେଟ୍ରୋଲ ଟାଙ୍କି ଉପରେ ଗ୍ରାହକମାନଙ୍କ ଭରସାର ଉଠିଗଲା ପରି ମନେ ହେଉଛି । ଏପକି ତେଲ ଟାଙ୍କିରୁ ମଧ୍ୟ ସେପରି ଭାବେର ଗ୍ରହକ୍ୁ ତେଲ ଯଥେଷ୍ଟ କମ ଦେଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ନା ଜିଲ୍ଲା ପ୍ରଶାସନ, ନା ଖାଉଟି ବିଭାଗ, ନା ପ୍ରେଟ୍ରୋଲିୟମ ବିଭାର ଏହା ଉପରେ ଦୃଷ୍ଟି ଦେଉଛନ୍ତି । ତୁରନ୍ତ ସମସ୍ତ ପେଟ୍ରୋଲ ଟାଙ୍କି ଗୁଡିକ ଉପରେ ପ୍ରତି ମାସର ବ୍ୟବଧାନରେ ଚଢ଼ାଉ କରାଯାଇ ତନଖି କରିବା ଆବଶ୍ୟକ ବୋଲି ସାଧରଣରେ ଦୃଢ଼ ଦାବି ହେଉଛି । ଅନ୍ୟ ପକ୍ଷେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।