ପୁଣି ଆଦାନିଙ୍କ ଅଡ଼ୁଆ ବଢ଼ିବ; ଅଡିଟର ଭୂମିକାରୁ ଓହରିବ ଡେଲଏଟ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରି ୨୪ରେ ହ‌ିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ନିୟମିତ ବ୍ୟବଧାନରେ ସମସ୍ୟା ସାମ୍ନା କରୁଛନ୍ତି। ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ କମ୍ ହୋଇଆସୁଥିବା ବେଳେ ଆଦାନିଙ୍କ ପ୍ରତି ଆଉ ଏକ ବିପଦ ମାଡ଼ି ଆସୁଛି। ତାଙ୍କର ଏକ ପ୍ରମୁଖ ସଂସ୍ଥା ଆଦାନି ପୋର୍ଟସ୍‌ର ଅଡିଟର ଭାବେ ଡେଲଏଟ୍‌ ଇସ୍ତଫା ଦେବା ଉପରେ ବିଚାର କରୁଛି।

ଆସନ୍ତା ୩-୪ ଦିନରେ ଏନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।

ଡେଲଏଟ୍‌ ସ୍ଥାନରେ ବିଡିଓ ଇଣ୍ଡିଆ ଏଲ୍‌ଏଲ୍‌ପିକୁ କଂପାନିର ନୂଆ ଅଡିଟର୍‌ ଭାବେ ନିଯୁକ୍ତ କରାଯାଇପାରେ। ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ର ଆକାଉଣ୍ଟିଂ ମାନକୁ ନେଇ ଗତ ମେ’ରେ ଡେଲଏଟ୍‌ ଚିନ୍ତା ପ୍ରକଟ କରିଥିଲା। ଆଦାନି ପୋର୍ଟସ୍‌ ଓ ଆଉ ତିନିଟି ସଂସ୍ଥା ଭିତରେ ହୋଇଥିବା କାରବାରକୁ ନେଇ ଏଭଳି ସନ୍ଦେହ ପ୍ରକଟ କରିଥିଲା ଡେଲଏଟ୍।

#Adani-Hindenburg #disputecase #SupremeCourt #AdaniGroup