କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ : ୧୪ ଦିନରେ ୬ ହାତୀ ମଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ଧରୁନି । ଆଜି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଫଳରେ ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ହାତୀ ମୃତ୍ୟୁ ନେଇ କଳାହାଣ୍ଡି ଆରସିସିଏଫ ସୁଦୀପ୍ତ ଦାସ ସୂଚନା ଦେଇ କହିଛନ୍ତି ଯେ, ମୃତ ମାଈ ହାତୀଟି ସେପ୍ଟିସିମିଆ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି । ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ଘଟିଲାଣି ।
ଏଠାରେ ଉଲ୍ଲେଖଯୋଗ୍ୟ, ହାତୀ ମୃତ୍ୟୁର କାରଣ ଖୋଜି ବାହାର କରିବା ପାଇଁ ଗତକାଲି ଘଟଣାସ୍ଥଳରେ ପହଂଚିଥିବା ଓୟୁଏଟିର ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଛାନଭିନ୍ ଜାରୀ ରଖିଛନ୍ତି ।