ଏଷ୍ଟ୍ରା ମାର୍କ-୨ ମିସାଇଲର ପରୀକ୍ଷଣ ସଫଳ: ୧୬୦ କିମି ଦୂରରୁ ଶତ୍ରୁକୁ କରିବ ନିପାତ

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଆକାଶରୁ ଆକାଶରେ ୧୬୦ କିଲୋମିଟର ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିବାକୁ କ୍ଷମତା ରଖୁଥିବା ଏଷ୍ଟ୍ରା ମିସାଇଲର ପରୀକ୍ଷଣ ଆରମ୍ଭ କରିବ । ଏହି ପରୀକ୍ଷଣ ସହିତ ଭାରତ ପାକିସ୍ତାନ ସହ ଚୀନଠୁ ମଧ୍ୟ ଏହି ମାମଲାରେ ଆଗେଇ ଯିବ । ଏଷ୍ଟ୍ରା ମାର୍କ-୨ ମିସାଇଲ ଆକାଶରେ ଦୃଶ୍ୟମାନ ହେଉନଥିଲେ ବି ଶତ୍ରୁର ବିମାନକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ । ଏଷ୍ଟ୍ରା ମାର୍କ-୨ର ଏହି ରେଞ୍ଜ ଭାରତକୁ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ବହୁତ ଆଗକୁ ନେଇଯିବ । ଆକାଶରେ ଯୁଦ୍ଧ ବେଳେ ଏହି ବିମାନ ଭାରତର ଲଢୁଆ ବିମାନର କ୍ଷମତାକୁ ଆହୁରି ବିକଶିତ ଏବଂ ଘାତକ କରିବ ।

ଯେମିତି ୨୦୧୯ ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ର ଗୋଟିଏ ଦିନ ପରେ ହୋଇଥିଲା । ପାକିସ୍ତାନର ଲଢୁଆ ବିମାନ ଭାରତୀୟ ସୈନ୍ୟ ପ୍ରତିଷ୍ଠାନକୁ ନିଶାଣ କରିବାକୁ ଉଦ୍ୟମ କରିଥିଲା । ସରକାରୀ ଅଧିକାରୀ କହିଛନ୍ତି, ଏଷ୍ଟ୍ରା ମାର୍କର ପରୀକ୍ଷଣ ଚଳିତ ବର୍ଷର ମଧ୍ୟ ଆଡକୁ ଆରମ୍ଭ ହୋଇପାରେ । ୨୦୨୨ ସୁଦ୍ଧା ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ବିକଶିତ ହେବାର ଆଶା କରାଯାଉଛି । ଅବସରପ୍ରାପ୍ତ ପୂର୍ବତନ କେନ୍ଦ୍ରୀୟ ଏୟାର କମାଣ୍ଡର ଏୟାର ମାର୍ଶଲ ଏସ୍ବିପି ସିହ୍ନା କହିଛନ୍ତି,ଆଗାମୀ ପିଢିର ମିସାଇଲ ଆସନ୍ତାବର୍ଷ ଶେଷ ସୁଦ୍ଧା ସେନାରେ ସାମିଲ ହେବାର ଆଶା କରାଯାଉଛି ।

ଏଷ୍ଟ୍ରା ଆକାଶରେ ଅଦୃଶ୍ୟ ଥାଇ ବି ଶତ୍ରୁପକ୍ଷର ବିମାନକୁ ଠାବ କରି ଲକ୍ଷ୍ୟଭେଦ କରି ପାରୁଥିବା ଏୟାର ଟୁ ଏୟାର ମିସାଇଲ ଅଟେ । ଏହା ଶବ୍ଦର ଗତିଠୁ ·ରିଗୁଣ ଅଧିକ ବେଗରେ ଉଡାଣ ଭରିଥାଏ । ସମସ୍ତ ପାଣିପାଗରେ ଦିନ ଏବଂ ରାତିରେ ଲକ୍ଷ୍ୟଭେଦ କରିବାକୁ ଏଷ୍ଟ୍ରା ମିସାଲଇ ସକ୍ଷମ । ଏହାର ମାରକ କ୍ଷମତା ବର୍ତ୍ତମାନ ୧୦୦ କିଲୋମିଟର ରହିଛି । ଏହା ବହୁତ ମହଙ୍ଗା ରୁଷ, ଫ୍ରାନ୍ସ ଓ ଇସ୍ରାଏଲର (ଈଠଜଇଇଗ) ର ସ୍ଥାନ ନେବ । ଏହି ମିସାଇଲକୁ ବର୍ତ୍ତମାନ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାଇଁ ଆମଦାନୀ କରାଯାଉଛି ।