ବଜ୍ରକାପ୍ତା ଉଦ୍ଧାର ପାଇଁ ଯାଇଥିବା ବନ କର୍ମଚାରିଙ୍କୁ ଆକ୍ରମଣ, ୮ ଆହତ

ମାଲକାନଗିରି: ବଜ୍ରକାପ୍ତା ଉଦ୍ଧାର ବେଳେ ବନ ବିଭାଗ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁ ରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖାଯାଇଥିବା  ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧ ୫  ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ବଜ୍ରକାପ୍ତା  ଉଦ୍ଧାର କରିବାକୁ ଯାଇଥିଲେ  । ଏହି ସମୟ ଗାଁର ୨୦ରୁ  ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ ୮  ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆହତ କର୍ମଚାରିଙ୍କୁ ମାଲକାନଗିରି ଅଣାଯାଇ ଚିକିତ୍ସା କରା ଯାଉଥିବା ଜଣାପଡିଛି ।