ନକଲି ଆଦେଶପତ୍ର ବଳରେ ଥାନାରୁ ଟ୍ରକ୍ କୁ ଖସାଇନେବାକୁ ଉଦ୍ୟମ,ଆଇନଜିବୀ ଗିରଫ :ଓକିଲ ସଂଘର ବୈଠକ , ଅଭିଯୁକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ

ସମ୍ବଲପୁର: ଦୁର୍ଘଟଣା ଘଟାଇ ଥାନାରେ ଅଟକ ଥିବା ଏକ ଟ୍ରକ୍ କୁ ସମ୍ବଲପୁର ଏସଡ଼ିଜେଏମଙ୍କ ନକଲି ଆଦେଶପତ୍ର ବଳରେ ଖସାଇନେବା ଉଦ୍ୟମ ଅଭିଯୋଗରେ ଜଣେ ଆଇନଜିବୀ ବୀର କିଶୋର ପ୍ରଧାନଙ୍କୁ ଗିରଫ କରିଛି ଯୁଯୁମୁରା ଥାନା ପୋଲିସ । ଗିରଫ ପରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।
ଏନେଇ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ସମ୍ପୃକ୍ତ ଓକିଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।