ବଭୁବନେଶ୍ୱର: ଆଭାଡା ଗ୍ରୁପ୍ଗୋପାଳପୁରରେ ଏକ ଗ୍ରିନ୍ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆକାରଖାନା ସ୍ଥାପନ କରିବାକୁ ଯାଉଛି ।ଏହି ପ୍ରକଳ୍ପ ଲାଗି ଆରଇସି ଲିମିଟେଡ୍୧୫ ହଜାର କୋଟି ଟଙ୍କାର ପାଙଋିପ୍ରଦାନ କରିବ । ଏନେଇ ଦୁଇ ସଂସ୍ଥାମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରହୋଇଛି । ଏହି ପ୍ରକଳ୍ପକୁ ନେଇ ଗତମାସରେ ଆଭାଡା ଗ୍ରୁପ୍ ଓ ଟାଟା ଷ୍ଟିଲ୍ଏସ୍ଇଜେଡ୍ ମଧ୍ୟରେ ଏକବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରହୋଇଥିଲା । ଏହି ପ୍ରକଳ୍ପ ପାଇଁ ଆଭାଡାଗ୍ରୁପ୍ ବ୍ରହ୍ମପୁରର ଗୋପାଳପୁର ଶିଳ୍ପପାର୍କରେ ୧୨୦ ଏକର ଜମିଅଧିଗ୍ରହଣ କରିବ । ସେଠାରେବାର୍ଷିକ ୦.୫ ନିୟୁତ ଟନ୍ କ୍ଷମତାବିଶିଷ୍ଟ କାରଖାନା ସ୍ଥାପନ କରିବ । ଏହିପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୬୦୦ପ୍ରତ୍ୟକ୍ଷ ଓ ୪୦୦୦ ପରୋକ୍ଷ ନିଯୁକ୍ତିସୁଯୋଗ ସୃଷ୍ଟି ହେବ । ଆରଇସି ସହବୁଝାମଣା ସମ୍ପର୍କରେ ଆଭାଡା ଗ୍ରୁପ୍ରଅଧ୍ୟକ୍ଷ ବିନୀତ ମିତ୍ତଲ କହିଛନ୍ତି ଯେ୨୦୭୦ ସୁଦ୍ଧା ନେଟ୍ ଜିରୋ ହେବାଲାଗି ଭାରତ ସରକାର ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହା ହାସଲକରିବାରେ ଆଇର୍ସି ସହିତ ଆମସହଯୋଗିତା ବିଶେଷ ସହାୟକହେବ । ସବୁଜ ଶକ୍ତି ଆମ ଭବିଷ୍ୟତପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେଦୁନିଆରେ ଏହା ସକାରାତ୍ମକପରିବର୍ତ୍ତନ ଆଣିବାରେ ସହାୟକହେବ ବୋଲି ସେ କହିଛନ୍ତି