ଭୁବନେଶ୍ୱର : ଆଗାମୀ ସେପଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ୨୭ ଅଗଷ୍ଟରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକ; କୋଭିଡ କଟକଣାରେ ଅଧିବେଶନ ଚାଲିବା ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣା ପଡିଛି ।