ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈପାରିଗୁଡା ଯୁବଗୋଷ୍ଠୀ ଏବଂ ସ୍ବେଚ୍ଛାସେବୀ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି । ବୈପାରିଗୁଡାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁଙ୍କ ସହ ଡାକ୍ତର ବିଶ୍ୱଜିତ ଭୂୟାଁଙ୍କ ସମେତ ସମସ୍ତ ଡାକ୍ତରଙ୍କୁ ସମ୍ମାନ ଜଣାଇ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଛି ।
ଏଭଳି ବାର୍ଷିକ ଦିବସ ପାଳନ ଯୋଗୁଁ ସମାଜରେ ଡାକ୍ତରମାନଙ୍କ ଦାୟିତ୍ୱ, ମହତ୍ୱ ଏବଂ ବହୁମୂଲ୍ୟ ଯତ୍ନ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହୋଇ ପାରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ଯୁବଗୋଷ୍ଠୀ ଏବଂ ସ୍ବେଚ୍ଛାସେବୀ ପକ୍ଷରୁ ବିଶ୍ୱଜିତ ନାୟକ, ମୁନ୍ନା ମହାପାତ୍ର, ଜେ. ସୁଧାକର ରାଓ, ବୁଲା ସାହୁ, ସନ୍ତୋଷ ପଟ୍ଟନାୟକ, ପ୍ରଦୀପ କୁମାର ଗୌଡ଼, ଅଶୋକ ଦାସ, ସଦାନନ୍ଦ ମଲ୍ଲିକ, ବିରଞ୍ଚି ନାରାୟଣ ପାତ୍ର, କେ. ଶଙ୍କର ଆଚାରୀ, ପ୍ରଦୀପ କୁମାର ସ୍ବାଇଁ, ସଦା ଗୌଡ଼, ଧନ ଟାକ୍ରି, ନରେନ୍ଦ୍ର ରାଓ, କଂଗ୍ରେସ ମଲ୍ଲିକଙ୍କ ସମେତ ବହୁ ଯୁବକମାନେ ଉପସ୍ଥିତ ଥିଲେ ।