ଦୂର୍ଗମ ଅଞ୍ଚଳ ବୁଲି ଲୋକଙ୍କର ସମସ୍ୟା ବୁଝୁଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣି କଁହର

ବାଲିଗୁଡା : ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତର ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ଡାବୁଲ କିଆ ଏବଂ ଡେଡ଼ଲିକିଆ ଗ୍ରାମ ଅଞ୍ଚଳକୁ ଘାଟି ପାହାଡ ରାସ୍ତାରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଯାଇ ଅଞ୍ଚଳ ବାସୀଙ୍କର ସମସ୍ୟା ସମ୍ପର୍କରେ ବୁଝିଥିଲେ । ଏଭଳି ଲୋକ ପ୍ରିୟ ନେତାଙ୍କୁ ସେହି ଦୁର୍ଗମ ଅଞ୍ଚଳରେ ଅଞ୍ଚଳବାସୀ ଦେଖି ଅତ୍ୟଧିକ ଖୁସି ହୋଇ ଥିଲେ । ବିଧାୟକ ସେହି ଗ୍ରାମ ଗୁଡିକରେ ପୁରୁଷ ମହିଳା ବୃଦ୍ଧ ବୃଦ୍ଧା ଲୋକ ମାନଙ୍କୁ ଏକ ସ୍ଥାନରେ ବସାଇ ସେମାନଙ୍କର ବ୍ୟକ୍ତିଗତ ଓ ଗ୍ରାମର କେଉଁ କେଉଁ ସମସ୍ୟା ରହିଛି ପଚାରି ବୁଝିଥିଲେ । ଗ୍ରାମବାସୀ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ ସେମାନେ ନଈ ନାଳ ଚୁଆ ପାଣି ପିଉଛନ୍ତି । ରାସ୍ତାର ସୁବିଧା ନାହିଁ ଏହି ଦୁଇଟି ମୁଖ୍ୟ ସମସ୍ୟା ରହିଛି ବୋଲି ବିଧାୟକଙ୍କୁ ଗ୍ରାମବାସୀ ଅବଗତ କରିଥିଲେ । ବାଟାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଡ଼ାବୁଲକିଆ ଗ୍ରାମର ଦୂରତା ୫ କି.ମି ଓ ଡେଡ଼ଲିକିଆ ଗ୍ରାମର ଦୂରତା ୩ କି.ମି ଡ଼ାବୁଲକିଆରେ ୩୫ ପରିବାର ରହିଥିବା ବେଳେ ଡେଡ଼ଲିକିଆରେ ୧୫ ପରିବାର ରହିଛନ୍ତି । ବଣ ଜଙ୍ଗଲ ରାସ୍ତା ହୋଇଥିବା ହେତୁ ଗ୍ରାମବାସୀ ପିଡ଼ିଏସ ଚାଉଳ ଓ ବୃଦ୍ଧ ବୃଦ୍ଧା ଭତ୍ତା ଆଣିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ସମୟରେ ବହୁତ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ବୋଲି ବିଧାୟକଙ୍କୁ ଦୁଃଖ ଜଣାଇଥିଲେ ।

ବିଧାୟକ ଶ୍ରୀ କଁହର ଭଲ ରାସ୍ତା ନଥିବାରୁ ଏହି ସମସ୍ୟା ଗୁଡ଼ିକ ରହିଛି । ପ୍ରଥମେ ଘାଟି କଟା ହୋଇ ରାସ୍ତା ନିର୍ମାଣ କରାଗଲେ ଅଞ୍ଚଳ ବାସୀଙ୍କର ସମସ୍ୟା ଦୂର ହେବ ବୋଲି କହି ବିଧାୟକ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପ୍ରତ୍ୟେକଟି ବ୍ଲକରେ ଦୁର୍ଗମ ଅଞ୍ଚଳ ରହିଛି । ସେହି ଅଞ୍ଚଳ ଗୁଡ଼ିକରେ ଲୋକ ପାନୀୟ ଜଳ ମୁଁନ୍ଦାଏ ପିଇବାକୁ ନପାଇ ନଇଁ ନାଳ ଚୁଆଁର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । କେଉଁଠି ରାସ୍ତା ଘାଟର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଗ୍ରାମବାସୀ ନିଜ ଜୀବନକୁ ପାଣି ଛଡାଇ ନଇଁ ନାଳ ପାର ହୋଇ ଯାଉଛନ୍ତି । କିଲୋମିଟର କିଲୋମିଟର ଦୂର ଭଲ ରାସ୍ତା ଟିଏ ନ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ରୋଗୀ କୁ ଏବଂ ପ୍ରସୂତି ମାଆ କୁ ଖଟିଆ ବୁହାହୋଇ ନିଆଯାଉଛି । ଅନେକ ଗ୍ରାମ ଅଛି ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ଲୋକେ ବିଜୁଳି ଆଲୁଅ ଏ ଯାଏଁ ଦେଖି ନାହାନ୍ତି । ସେମାନଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ । ସଞ୍ଜ ନଇଁ ଆସିଲେ ଡିବିରି ଆଲୁଅ ସେମାନଙ୍କର ସାହା ଭରସା । ଛାତ୍ରଛାତ୍ରୀ ମାନେ ଡିବିରି ଆଲୁଅରେ ପାଠ ପଡନ୍ତି । ବାଲିଗୁଡା ବିଧାୟକ ଚକ୍ରମଣି କଁହର ସେହି ପରି ଲୋକଙ୍କର ସମସ୍ୟା ଗୁଡିକ ଜାଣିବା ନିମନ୍ତେ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ କାହାକୁ ଭୟ ନ କରି ନିଜେ ନିଜେ ବୁଲିଥାନ୍ତି । ବିଧାୟକ ଚକ୍ରମଣିଙ୍କର ଭଳି ଯଦିଶ୍ଚ କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କର ସମସ୍ୟା ବୁଝନ୍ତେ ତାହା ହେଲେ ଜନ ସାଧରଣଙ୍କର ସମସ୍ୟା କିଞ୍ଚିତ ମାତ୍ରାରେ ସମାଧାନ ହୋଇ ପାରିବ ବୋଲି ବୁଦ୍ଧି ଜୀବି ଆଲୋଚନାରୁ ଜଣାପଡିଛି ।