ଟିଟିଲାଗଡ଼ : କଳା କ୍ଷେତ୍ରରେ ଟିଟିଲାଗଡ଼ ମାଟିର ବହୁତ ସନ୍ତାନ ନିଜର ନା କରି ଆଜି ଜଣେ ଚର୍ଚ୍ଚିତ ଷ୍ଟାର ହୋଇ ଲୋକଙ୍କ ହୃଦୟରେ ସ୍ଥାନ ତିଆରି କରିପାରିଛନ୍ତି । ଯେମିତିକି ଗାୟକ ହ୍ୟୁମାନ ସାଗର, ପଙ୍କଜ ଜାଲ, ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ଵତ ଯୋଶୀ, ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ସ୍ଵର୍ଗତ ସମିର ନାଗ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଚକ୍ରଧର ସାହୁ,ସେହିପରି ଆଜିକୁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର, ଧାରାବାହିକ ନିର୍ମାଣରେ ନିଜର କ୍ୟାରିୟର ରୂପେ ବାଛି ନେଇଥିବା ଜଣେ ଟିଟିଲାଗଡ଼ ମାଟିର ଉଦୟବାନ ଫିଲ୍ମ ଡାଇରେକ୍ଟର ରୂପେ ବାହାରିଛନ୍ତି ବାପି ଡେଭିଡ ।
ସେ ଏବେ କିଛି ଦିନ ପୂର୍ବରୁ ଏକ ଫିଲ୍ମର ଡାଇରେକ୍ଟର ରୂପେ ଏଗ୍ରିମେଣ୍ଟ କରିଛନ୍ତି । ସେହି ଚଳଚ୍ଚିତ୍ରର ନା ହେଉଛି କଟକ ୱେଡସ ସମ୍ବଲପୁର । ବାପି ଡେଭିଡ ଛାତ୍ର ଜୀବନରୁ ଡିଏଭି ମହାବିଦ୍ୟାଳୟରୁ ଡ୍ରାମାଟିକ ସେକ୍ରେଟାରୀ ଭାବେ ନିଜର କଳାର ଝଲକ ଦେଖାଇବା ଆରମ୍ଭ କରିଥିଲେ । ଆଜି ଯାଏଁ ସେ ଦୁଇ ଶହରୁ ଆଲବମ ଭିଡିଓରେ ନିର୍ଦ୍ଦେଶନା ଦେବାରେ ସହଯୋଗ କରି ସାରିଲେଣି । ମୁମ୍ବାଇରେ ମୂଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟକରି ବଡ଼ ବଡ଼ ହିନ୍ଦୀ ଧାରାବାହିକରେ (ଟିଭି ସିରିଏଲରେ) ମଧ୍ୟ ତାଙ୍କ କାର୍ଯ୍ୟ ନିର୍ବାହ କରିଛନ୍ତି । ଯେମିତିକି ସଵ ଟିଭିର ଗୁଟୁର ଗୁଁ, ସୋନି ଟିଭିର ସିଆଇଡି, ଷ୍ଟାର ୱାନର ଏକଚୁଟକି ଆସମାନ, ଲାଇଫ ଓକେ ଚ୍ୟାନାଲର ଶପଥ, ସମ୍ବଲପୁରୀ ଫିଲ୍ମ୍ ପ୍ରସ୍ତୁତି ପଥେ ଥିବା କିର୍ଚେଲରେ ମଧ୍ୟ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।
ଆଜି ପୁଣିଥରେ ନିର୍ଦ୍ଦେଶକ ଭାବରେ ଏହି ଫିଲ୍ମର ଡାଇରେକ୍ଟର ହେବାର ସୁଯୋଗ ପାଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ର ସହରବାସୀ, କଳା କ୍ଷେତ୍ରରେ ଥିବା ସମସ୍ତ ଲୋକେ ବାପୀ ଡେଭିଡଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବନରେ ଆହୁରି ଅଧିକ ଆଗକୁ ଯାଆନ୍ତୁ ବୋଲି ମାଁ ଘଣ୍ଟାଶୁଣିଙ୍କ ନିକେଟରେ ପ୍ରାର୍ଥନା କରିଛନ୍ତି ।