ଗଞ୍ଜାମ: ଆଜି ଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖୋଲିଛି । ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟର ସମସ୍ତ କୋଠରୀ ଓ ଏହାର ପରିସରକୁ ବିଶୋଧନ କରାଯାଇଛି । ଗତକାଲି ଠାରୁ ପ୍ରାୟ ୫୦ ରୁ ଅଧିକ ଛାତ୍ର ଛାତ୍ରୀ ହଷ୍ଟେଲରେ ଆସି ରହିଛନ୍ତି । ଗତ ମାର୍ଚ୍ଚ ମାସ ଠାରୁ ଛାତ୍ରାବାସ ଖାଲି ପଡିଥିଲା । ବର୍ତମାନ ସମୟରେ ହଷ୍ଟେଲ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ କୋଭିଡ଼୍ ନିୟମ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି । ଏହାର ତଦାରଖ ଦାୟୀତ୍ୱ ସୁପରିଟେଣ୍ଡେଂଟ ଓ ମାର୍ଟନଙ୍କୁ ଦାୟିତ୍ୱ ଦିଆଯାଇଛି । କୌଣସି କାରଣରୁ କେହି ଅସୁସ୍ଥ ଅନୁଭବ କଲେ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାଇବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।