ହୋଲି ପୂର୍ବରୁ Flipkart ସେଲ ଆରମ୍ଭ, ଟିଭି ଓ ଏସି ଉପରେ ୭୫ ପ୍ରତିଶତ ରିହାତି

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଯାହା ପାଇଁ ଏବେଠାରୁ ସବୁ ମଲ୍ ମାନଙ୍କରେ ‘ବିଗ ସେଲ୍ ଡେ’ ଆରମ୍ଭ ହେବାକୁ ଲାଗିଲାଣି। ତେବେ ଆପଣ ଯଦି ନିଜ ଘର ପାଇଁ କୌଣସି ଇଲେକଟ୍ରୋନିକ୍ସ କିଣିବାକୁ ଇଚ୍ଛା ରଖିଛନ୍ତି, ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ଆପଣ ଏହି ହୋଲି ଅଫରରେ କିଣା ଜିନିଷ ଉପରେ ପାଇବେ ପ୍ରାୟ ୭୫ ପ୍ରତିଶତ ରିହାତି। ଖାସ କରି ଟିଭି ଓ ଏସିରେ ଅନେକ ରିହାତି ପାଇବେ। ଟିଭି ଓ ଏସିରେ ଆପଣଙ୍କୁ ପ୍ରାୟ ୭୫ ପ୍ରତିଶତ ରିହାତି ଦିଆଯିବ। ତେବେ ଇ-କମର୍ସ ପ୍ଲାଟଫର୍ମରେ ନୂଆ ସେଲ ଆରମ୍ଭ ହୋଇଛି। ୨୪ ଫେବୃଆରୀରୁ ଆରମ୍ଭ ହୋଇଛି ଏହି ସେଲ। ଏହି ସେଲରେ ଆପଣ କେବଳ ଟିଭି ଓ ଏସି ନୁହେଁ, ଏୟାର କଣ୍ଡିସନର, ଫ୍ରିଜ୍ ଓ ଅନ୍ୟ ହୋମ୍ ଆମ୍ପ୍ଲ୍ୟାୟନ୍ସ କିନିପାରିବେ। ସେଲରେ ବ୍ୟାଙ୍କ୍ ଅଫର ମଧ୍ୟ ମିଳୁଛି।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସେଲ୍ ବିଷୟରେ। ଏହି ବିଗ୍ ସେଲ୍ ଚାଲିବ ଫେବୃଆରୀ ୨୪ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ। ବ୍ୟାଙ୍କ୍ ଅଫର ସହିତ ଅନ୍ୟ ବେନିଫିଟ ମଧ୍ୟ ରହିଛି। ଏଥିରେ ICICI Bank ଓ ପଞ୍ଜାବ ନେସନ୍ ବ୍ୟାଙ୍କର କାର୍ଡ ଉପରେ ୧୦ ପ୍ରତିଶତ ଡିସ୍କାଉଣ୍ଟ ମିଳିବ। ସେଲ୍ ରେ ଆପଣ ୨୩୩୩ ଟଙ୍କାରେ EMI ଉପରେ ଏୟାର କଣ୍ଡିସନର କିଣି ପାରିବେ। ତେବେ ସ୍ମାର୍ଟ ଟିଭି ଆପଣଙ୍କୁ ସେଲରେ ୧୨୫୦ ତାଙ୍କର EMI ରେ ମିଳିବ। ସେଲରେ ୬ ହଜାର ଟଙ୍କାରୁ କମ୍ ଟଙ୍କାରେ ଟିଭି କିଣି ପାରିବେ। ଥୋମାସ ଟିଭିର ୨୪ ଇଞ୍ଚ୍ ସ୍କ୍ରିନ ସାଇଜ ଟିଭି ୫,୯୯୯ ଟଙ୍କାରେ କିଣିପାରିବେ। ତେବେ ସେହି ସ୍ଥାନରେ ଆପଣ ଭଲ ସ୍ମାର୍ଟ ଟିଭି ୯,୪୯୯ ଟଙ୍କାରେ କିଣି ପାରିବେ। ଏହା ହେଉଛି ୩୨ ଇଞ୍ଚ୍ ଥିବା ସ୍କ୍ରିନ ସାଇଜ ଟିଭିର।

ଏହାଛଡା ଆପଣ Samsung, Blaupunkt ଟିଭି ମଧ୍ୟ କିନୀପାରିବେ। ଯଦି ଆପଣ କୌଣସି ପ୍ରିମିୟମ ଟିଭି କିଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ୨୭,୭୪୯ ଟଙ୍କାରେ ଆପଣ ଏହାକୁ କିଣି ପାରିବେ। Oneplus ର ୪୦ ଇଞ୍ଚ୍ ସ୍କ୍ରିନ ସାଇଜ ଟିଭି ଭାରିଆଣ୍ଟ ରିହାତି ପରେ ୧୭,୨୪୯ ଟଙ୍କାରେ ମିଳିବ। Sony ର ଟିଭି ୫୦ ଇଞ୍ଚ୍ ସ୍କ୍ରିନ ସାଇଜ ଥିବା ଟିଭି 4k ସ୍ମାର୍ଟ ଟିଭି ୪୮,୭୪୯ ଟଙ୍କାରେ ଉପଲବ୍ଧ। ଟିଭି ସହିତ ଆପଣ ୱାସିଂ ମେସିନ୍ ମଧ୍ୟ ରିହାତିରେ କିଣି ପାରିବେ। ସେଲରେ ୧୧ ହଜାର ଟଙ୍କାରେ ଆପଣଙ୍କୁ ଓଟୋମେଟିକ୍ ୱାସିଂ ମେସିନ୍ ମିଳିବ। ପୁଣି ଫ୍ଲିପକାର୍ଟର ଏହି ସେଲରେ ଆପଣ ୧ ଟନ୍ AC କିଣି ପାରିବେ। ସ୍ପ୍ଲିଟ ଏସିର ମୂଲ୍ୟ ୨୦,୪୯୦ ଟଙ୍କାରୁ ଆରମ୍ଭ ହୋଇଛି। ଇନଭର୍ଟର ଏସି ୩୦ ପ୍ରତିଶତ ରିହାତିରେ ମିଳୁଛି। ତେବେ ଫ୍ରିଜ କଥା କହିବାକୁ ଗଲେ ଆପଣ ଏହି ସେଲରେ ୧୧,୯୯୦ ଟଙ୍କାରେ ଫ୍ରିଜ କିଣି ପାରିବେ। ତେବେ ଫ୍ୟାନ ଆପଣ ୧୨୯୯ ଟଙ୍କାରେ କିଣି ପାରିବେ। ଏହି ହୋଲି ସେଲ୍ ଭଲ ଅଫର ଆଣିଛି। ଆପଣ ୨୮ ତାରିଖ ମଧ୍ୟରେ ଏହି ଫ୍ଲିପ କାର୍ଟ ଅଫରର ଲାଭ ଉଠାଇ ପାରିବେ।

flipkartHoli offersspecial news