ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

କଟକ, ୧୬ା୧୦ (ଡିକେ ନୁ୍ୟଜ୍): “ତୁଛାକୁ ମହୁ, ଗୁଡ଼ପଡ଼ିଲେ କି ରହିବ ଆଉ’, ଝୁଣ୍ଟିଆକୁ ଚୁଡ଼ି ଝମର ଝମର’ଆଦି ଗୀତ ପାଇଁ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବାବିନୋଦିନୀ ଦେବୀ ଆଉ ନାହାନ୍ତି । ଓଡ଼ିଆ ଚଳଚ୍ଚିତ୍ର ସଂଗୀତରଅପ୍ରତିଦ୍ୱ-ୀ ଗୀତିକାର ବିନୋଦିନୀ ଦେବୀ ସୋମବାର ସକାଳେ ଅନୁଗୁଳଠାରେସମସ୍ତଙ୍କୁ ପର କରି ଆର ପାରିକୁ ·ଲିଯାଇଛନ୍ତି । ତାଙ୍କ ମୃତ୍ୟୁ ଓଡ଼ିଆ ଚଳଚ୍ଚିତ୍ରସଂଗୀତ ପ୍ରତି ଏକ ଅପୂରଣୀୟ କ୍ଷତି ।କଟକର ତିଗିରିଆରେ ୧୯୩୭ ମସିହାରେଜନ୍ମ ନେଇଥିବ ବିନୋଦିନୀ ଦେବୀ ଓଡ଼ିଆଚଳଚ୍ଚିତ୍ର ସଂଗୀତର ଜଣେ ଅପ୍ରତିଦ୍ୱ-ୀଗୀତିକାର ଥିଲେ । ୧୯୬୫ ମସିହାରେ ମୁକ୍ତିପ୍ରାପ୍ତ”ମଲାଜହ୍ନ’ରୁ ଚଳଚ୍ଚିତ୍ର ପାଇଁ ଗୀତ ରଚନା ଆରମ୍ଭ କରିଓଡ଼ିଆ ଚଳଚ୍ଚିତ୍ରର “ପ୍ରଥମ ନାରୀ ଗୀତିକାର’ ହେବାରସୌଭାଗ୍ୟ ହାସଲ କରିଥିଲେ । ଏହା ପରେ ସେ ଆଉ ପଛକୁଫେରି ·ହିଁ ନାହାନ୍ତି । ୧୯୫୮ ମସିହାରେ ସେଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକବି ପାଲଟି ଯାଇଥିଲେ ।ଅର୍ଦ୍ଧ ଶତାବ୍ଦୀରୁ ଊଦ୍ଧ୍ୱର୍କାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ରଓ ଅନ୍ୟ ପ୍ରସାରଣମାଧ୍ୟମଗୀତ ରଚନା କରିଛନ୍ତି ବିନୋଦିନୀଦେବୀ । ୧୯୭୮ ମସିହାରେ “ତଅପୋଇ’, ୭୯ରେ”ଶ୍ରୀଜଗନ୍ନାଥ’, ୮୩ରେ “ମହାସତୀ ସାବିତ୍ରୀ’ ଓ ୨୦୦୭ରେ”ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ଘରେ
ଘରେ ବିନୋଦିନୀ ମାଉସୀ ଭାବେ ପରିଚିତ ହୋଇ ପାରିଥିଲେ ।ଲୋକକଳ୍ପନାକୁ ବିନିଯୋଗ କରି ଚଳଚ୍ଚିତ୍ର ଗୀତରେ ସାଧାରଣପଦ୍ୟ ଭାଷା କିନ୍ତୁ ଅସାଧାରଣ ଭାବର ସ୍ପଷ୍ଓ ସ୍ୱଚ୍ଛନ୍ଦ ନିୟମ କରି ସେ ଉଦାହରଣ ସୃଷ୍ଟିକରିଛନ୍ତି । ପୁନଶ୍ଚ ଓଡ଼ିଆ ଲୋକଭାଷା ଓଲୋକକଳ୍ପନାର ଚମକ୍ରାର ଶବ୍ଦ ରସାୟନତାଙ୍କ ଗୀତିକବିତା ସବୁରେ ପ୍ରସ୍ପୁଟିତ ହୋଇରହିଛି । ବିନୋଦିନୀ ମାଉସୀଙ୍କ କାଳଜୟୀଗୀତିଗ୍ରନ୍ଥଗୁଡ଼ିକ ହେଉଛି, “ଖୋକାଟିଏଖୋକିଟିଏ’, “ଅମୃତା’, ଟିକି ଟିକି ନାଲିକାଇଁଚ, “ଏଇ କଳା ମୋର କଳଙ୍କ’ । ବହୁ କଳାର ଅଧିକାରିଣୀବିନୋଦିନୀ ମାଉସୀ ଅନୁବାଦ ଓ ଶିଶୁ ସାହିତ୍ୟରେ ମଧ୍ୟପ୍ରବୀଣାୟ “ଚୋରାବାଲିରେ’, “ରକତ ଟଳମଳ ଖଇରପାଞ୍ଚପଳ’, “ମୁଁ ଯେ ଭରା ବସନ୍ତ ଶାଖାରେ ଏକାକୀ କଜଳପାତି’, “ମୁଁ ତୁମ ବଧୂ ନୁହେଁ ବନ୍ଧୁ’, “କାଳିଆ ଆସିଲା’,ନିରିମାଖୀ କୁଆଁରୀ ମୁଁ’ ଓ “ଏଇ କଳା ମୋର କଳଙ୍କ’ ଅୟଦିତାଙ୍କର ଅନେକ ଉଲ୍ଲେଖନୀୟ ରଚନା ଗୀତ ମଧ୍ୟରେଅନ୍ୟତମ । ବିନୋଦିନୀ ଦେବୀଙ୍କ ମୃତ୍ୟୁ ଖବର ପ୍ର·ରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

#DumaniTv # DumaniKhabar