ନିଶ୍ଚିନ୍ତକୋଇଲି: ଆଜି ଭାରତୀୟ ଜନତା ପାର୍ଟି ମାହାଙ୍ଗା ପକ୍ଷରୁ ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ବରେ ଲୁଣା ଚିତ୍ରୋତ୍ପଳା ଦ୍ବୀପାଞ୍ଚଳରେ ଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସଦ୍ ଭାବନା ପଦଯାତ୍ରା ଆରମ୍ଭ କରାଯାଇଛି । କଟକ ସଦର ନିର୍ବାଚନମଣ୍ଡଳୀର ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରୁ ଏହି ରାଲିର ଶୁଭାରମ୍ଭ କରାଯାଇଥିଲା । ଏଥିରେ ପ୍ରଦେଶ ବିଜେପି ସମ୍ପାଦକ ଦିଲ୍ଲୀପ ମଲ୍ଲିକ,ଭୁବନ ମୋହନ ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସିନୀ ଜେନା,କମଳା ବସ୍ତିଆ, ବିବେକାନନ୍ଦ ବେହେରା,ଅମରେନ୍ଦ୍ର ମହାନ୍ତି, ଅଶୋକ ସାହୁ,ନେମାଳ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ ପ୍ରମୁଖ ବହୁ ବିଜେପି ନେତା ଯୋଗ ଦେଇଥିବା ଦେଖାଯାଇଥିଲା । ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଗଣମାଧ୍ୟମ କୁ କହିଥିଲେ ଯେ ମାହାଙ୍ଗା ରେ ଗତ କିଛି ବର୍ଷ ଧରି ଅରାଜକତା ଲାଗିରହିଛି । ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସଂପୃକ୍ତ ଶାସକ ଦଳ ର ନେତାଙ୍କର ମୁଖା ଖୋଲିବାକୁ ଓ ମାହାଙ୍ଗା ପବିତ୍ର ମାଟିର ସୁରକ୍ଷା ପାଇଁ ଏହି ପଦଯାତ୍ରା ବୋଲି ସେ କହିଥିଲେ ।