ରାଉରକେଲା: ରାଉରକେଲା ପ୍ଲାଂଟ ସାଇଡ୍ ଥାନା ଅଂଚଳର ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଆଇଟି ପ୍ରଫେସନାଲଙ୍କୁ ବାଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । ଏନେଇ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା । ଯୁବକ ଜଣକ ଜଣେ ଆଇଟି ପ୍ରଫେସନାଲ ଓ ସେ ବାଙ୍ଗାଲୁରୁରେ ରହୁଥିବା ତଦନ୍ତରୁ ଜାଣିବା ପରେ ପୋଲିସର ଏକ ଟିମ୍ ସେଠାରେ ପହଂଚି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।