ଗଙ୍ଗନଗରର ଆପାର୍ଟମେଂଟକୁ କେଂଟନମେଂଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ୍ ୬ ଗଙ୍ଗନଗର ଅଂଚଳରେ ଥିବା ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କେଂଟନମେଂଟ ଜୋନ୍ ଘୋଷଣା କରାଯାଇଛି । ଉକ୍ତ ଅଂଚଳରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ କେଂଟନମେଂଟ ଘୋଷଣା କରିଛି ବିଏମ୍ସି ।

ବିଏମସିର ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ୱାର୍ଡ ନଂ୫୨ ୟୁନିଟ୍ ୬ ଗଙ୍ଗନଗର ରେ ଥିବା ବୃନ୍ଦାବନ ପ୍ଲାଜାର ପଂଚମ ମହଲାରେ ଥିବା ୫୦୬,୫୦୯ ଓ ୫୧୦ ଫ୍ଲାଟ୍ ଗୁଡିକୁ ମାଇକ୍ରୋ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇଛି । ସେଠାରେ ରହୁଥିବା ବ୍ୟକ୍ତି ଘର ମଧ୍ୟରେ ରହିବେ । ସେଠାକୁ ସାଧାରଣ ଲୋକଙ୍କପ୍ରବେଶ ଉପରେ କଟକଣା ରହିବ । ବିଏମସି ଆବଶ୍ୟକ ସାମଗ୍ରୀ ଓ ଔଷଧ ସେମାନଙ୍କୁ ପହଚାଂଇବ ।